ସହରମୁହାଁ ବନ୍ୟପ୍ରାଣୀ, ପାଚେଚୀ ଡେଇଁ ଘରେ ପସୁଛି ଭାଲୁ

Published By : Prameya-News7 Bureau | December 14, 2023 IST

ମାଲକାନଗିରି ୧୪।୧୨: ପାଚେଚୀ ଡେଇଁ ଘର ଭିତରେ ପସୁଛି ଭାଲୁ । ଭାଲୁ ପସୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଏମ୍‌ଭି ୭ ନମ୍ବର ଗ୍ରାମରେ ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ । ମଧ୍ୟରାତ୍ରିରେ ଲୋକଙ୍କ ଘରେ ପଶି ବିଭିନ୍ନ ଆସବାବପତ୍ର ନଷ୍ଟ କରିଥିବା ଚିତ୍ର ଏବେ ସିସିଟିଭିରେ ରେକର୍ଡ ହୋଇଛି । ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମ୍‌ଭି ୭ ନମ୍ବର ଗ୍ରାମର ଅରୁଣ ଦେୱନ ନାମକ ବ୍ୟକ୍ତିଙ୍କ ମୁଖ୍ୟ ଫାଟକ ପାଖ ପାଚେରୀ ଡେଇଁ ୩ଟି ଭାଲୁ ଘରକୁ ପଶିଥିଲେ । ଯାହାର ଦୃଶ୍ୟ ଘର ସାମ୍ନାରେ ଥିବା ସିସିଟିଭିରେ ରେକର୍ଡ ହୋଇଛି । ଯାହାକୁ ନେଇ ଏମ୍‌ଭି ୭ ନମ୍ବର ଗାଁ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ତେବେ ସହର ଉପକଣ୍ଠରେ ଥିବା ଜଙ୍ଗଲ ନଷ୍ଟ ହେବା ପରେ ବନ୍ୟପ୍ରାଣୀ ଗୁଡିକ ଖାଦ୍ୟ ସନ୍ଧାନରେ ସହର ମୁହାଁ ହେଉଥିବା ସାଧାରଣରେ ଚର୍ଚ୍ଚା ହୋଇଛି ।

You Can Read :

wp:embed {"url":"https://www.prameyanews7.com/vigilance-caught-clerk-of-a-small-irrigation-department-chief-engineer-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-caught-clerk-of-a-small-irrigation-department-chief-engineer-office/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.