କୂଅ ଭିତରେ ୩ ଭାଲୁ
23/05/2018 at 10:27 AM

ନବରଙ୍ଗପୁର ଥାନା ପୋଡାଲଗୁଡାରେ ଥିବା ଏକ ଫାର୍ମହାଉସର କୂଅ ଭିତରେ ୩ଟି ଭାଲୁ ପଡି ଯାଇଛନ୍ତି । ମା ସହ ୨ଟି ଛୁଆ କୂଅରେ ପଡି ଯାଇଛନ୍ତି । ବାହାରିବାକୁ ଉଦ୍ୟମ କରି ବିଫଳ ହେବାରୁ ଗତକାଲି ରାତିରୁ କୂଅ ଭିତରେ ପଡି ରହିଛନ୍ତି ୩ଟି ଭାଲୁ । ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ବନ ବିଭାଗ ଅଧିକାରୀ ଲୋକଙ୍କୁ ଘଉଡାଇବା ସହ ଭାଲୁକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି । .