ଝିଅକୁ ମାରି ପୋଡିଦେବା ଘଟଣା, ଧରାପଡିଲେ ୩ ଅଭିଯୁକ୍ତ
11/01/2023 at 10:56 AM

କୋଣାର୍କ ୧୧।୦୧ : ଝିଅକୁ ମାରି ପୋଡିଦେବା ଘଟଣାରେ ପୋଲିସ ଆକ୍ସନ । ମାମଲାରେ ତିନି ଜଣଙ୍କୁ ଅଟକ ରଖିଛି ଗୋପ ଥାନା ପୋଲିସ । ପୁରୀ ଜିଲ୍ଲା ଗୋପ ଥାନା ବନ୍ତଳି ପଞ୍ଚାୟତ ବିଜିପୁର ଗାଁରେ ଘଟିଥିଲା ଏହି ଘଟଣା ।
ଖବର ଅନୁଯାୟୀ, ଚାପୁଡ଼ା ମାରୁ ମାରୁ ଝିଅର ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଜିପୁରୁ ଗ୍ରାମର ଦୁର୍ଗା ଚରଣ ମାହାରଣା, ତାଙ୍କର ଦ୍ୱିତୀୟ ସ୍ତ୍ରୀ ଏବଂ ମାମୁ ମିଲିତ ଭାବରେ ସାନ ଝିଅ ମୋନାଲିକୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ ଝିଅ ରଞ୍ଜିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୩/୨୩ରେ ହତ୍ୟା ମାମଲା ରୁଜୁ କରି ସାଇଣ୍ଟଫିକ ଟିମ୍ ଦ୍ୱାରା ତଦନ୍ତ କରି ହାଡ଼, ପାଉଁଶ, ଅଙ୍ଗାର, ଜବତ କରିଛି । ଏହାସହିତ ଘଟଣାରେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ।
Related Posts
ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7 February 2023
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023