ଅଜଗର ସାପ ଧରି ପଳାଉଥିଲେ, ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ

Published By : Prameya-News7 Bureau | September 21, 2021 IST

ବାଙ୍କୀ ୨୧।୯: ଅଜଗର ସାପ ଧରି ବାଙ୍କୀ ଅଂଚଳରୁ ବାହାରକୁ ନେଇ ପଳାଉଥିବା ବେଳେ ଧରପଡିଲେ  ୩ ସାପ ଧରାଳି । ଧରାପଡିବା ପରେ ବନ ବିଭାଗକୁ କଲେ ହସ୍ତାନ୍ତର ।

{"id":515375,"width":753,"height":414,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବାଙ୍କୀ ଭେଡା ଅଂଚଳରୁ ଏକ ୭ ଫୁଟ ଲମ୍ବ ଅଜଗର ସାପ ଧରି ତିନି ଜଣ ସାପ ଧରାଳି ବାହାରକୁ ନେଇ ପଳାଉଥିବା ବେଳେ ଧରାପଡିଛନ୍ତି ସ୍ଥାନୀୟ ଲୋକଙ୍କ ହାତରେ । ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ତିନି ଜଣ ସାପ ଧରାଳି ଯାଜପୁର ଅଂଚଳର ବୋଲି । ଏମାନେ କେଉଁଆଡେ ଚାଲାଣ  କରିବାକୁ ନେଉଥିଲେ ତାହା ଏବେ ଜଣାପଡି ନାହିଁ । ବନ ବିଭାଗର ଛାନଭିନ କଲା ପରେ ତାହା ଜଣା ପଡିବ ବୋଲି ସୂଚନା ମିଳିଛି । ସେପଟେ ବାଙ୍କୀ ଶିଶୁଆ ବନଖଣ୍ଡ ଅଫିସ ଖୋର୍ଦ୍ଧା ରେଞ୍ଜରଙ୍କ ଅଧୀନରେ ଥିବାରୁ ସେଠାକୁ ନେଇ ଯାଇଛନ୍ତି ବନପାଳ ଚିତ୍ତରଞ୍ଜନ ମିଶ୍ର  । ଅନ୍ୟପଟେ ସାପ ଧରାଳିଙ୍କ କହିବା କଥା ଏମାନେ କେଳା ସମ୍ପ୍ରଦାୟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.