ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ମାମଲା : ଜେଲ୍ ଓ୍ବାର୍ଡରଙ୍କ ସମେତ ୩ ଗିରଫ, ନିଶା ସାମଗ୍ରୀ ଚାଲାଣକୁ ନେଇ ହତ୍ୟା ସନ୍ଦେହ
22/02/2020 at 11:07 AM

ଢେଙ୍କାନାଳ ୨୨।୨: ଢେଙ୍କାନାଳ ସହରର ମାଣ୍ଡପା ସାହିରେ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା ଘଟଣାରେ ଏକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିଲା । ତେବେ ହତ୍ୟାକାଣ୍ଡ ରାତିରେ ଟାଉନ ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରୁ ହତ୍ୟା ଅଭିଯୁକ୍ତ ବାବାଜୀ ଷଣ୍ଢ ଓ କାଳିଆ ମାଟିକୁ ଗିରଫ କରିଛି ।

ତେବେ ହତ୍ୟାର କାରଣ ଖୋଜୁ ଖୋଜୁ ଟାଉନ ପୋଲିସ ଏକ ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ବୈରାଗୀ ବାରିକ ନାମକ ଢେଙ୍କାନାଳ ଜିଲ୍ଲା କାରାଗାରର ଜଣେ ଓ୍ବାର୍ଡରକୁ ଗିରଫ କରିଛି ପୋଲିସ । ଗିରଫ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପୋଲିସ ହାତରେ ଲାଗିଛି । ଗିରଫ ବୈରାଗୀ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲା କାରାଗାରକୁ ନିଶା ସାମଗ୍ରୀ ଚୋରା ଚାଲାଣ ହେଉଥିବା ସନ୍ଦେହ ଘେରକୁ ଆସିଛି ।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30 January 2023