ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଆଉ ୩ ଗିରଫ, ବିଦେଶକୁ ଲମ୍ବିଛି ଚେର

Published By : Prameya-News7 Bureau | January 18, 2020 IST

ଆଠଗଡ ୧୮।୧: ଆଠଗଡ ବନଖଣ୍ଡରେ ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଖିଅ ଯେତେ ଫିଟୁଛି ଚେର ଆହୁରି ଗଭୀରକୁ ଯାଇଥିବା ଜଣାପଡୁଛି । ଗତକାଲି ଆଠଗଡ ବନବିଭାଗ ପୁଣି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ମୃତ ବଜ୍ରକାପ୍ତା ସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ତିନୋଟି ମୋବାଇଲ ଫୋନ୍ ଜବତ ହୋଇଛି ।

{"id":212742,"sizeSlug":"large"}

ଗିରଫ ଅଭିଯୁକ୍ତମାନେ ହେଲେ କଟକ ବକ୍ସିବଜାର ଅଞ୍ଚଳର ମହମ୍ମଦ ଅଲ୍ଲୀ, ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁର ସନ୍ତୋଷ ଦାସ ଏବଂ ମାଳବିହାରପୁର ଗାଁର ହାଡିବନ୍ଧୁ ଜେନା । ଏମାନଙ୍କ ମଧ୍ୟରେ ମହମ୍ମଦ ଅଲ୍ଲୀ ମାଷ୍ଟର ମାଇଣ୍ଡ ବୋଲି ବନ ବିଭାଗ କହିଛି ।

{"id":212743,"sizeSlug":"large"}

ସୋସିଆଲ ମିଡିଆର ତଥ୍ୟକୁ ଆଧାର କରି ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଆଠଗଡ ବନବିଭାଗ ଏଯାଏଁ କୋଡିଏ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏହି ହାଇଟେକ୍ ଚୋରା ଚାଲାଣ ମାମଲାରେ ଆନ୍ତଃ ରାଜ୍ୟ ସହିତ ବିଦେଶୀ ଲିଙ୍କ୍ ଥିବା ଯୋଗୁଁ ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ରାଜ୍ୟ କ୍ରାଇମବ୍ରାଞ୍ଚ ମଧ୍ୟ ଏହାର ତଦନ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.