ଦୁଇ ତାଜିଆ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | August 08, 2022 IST

ବାଲେଶ୍ବର ୮।୮: ତାଜିଆ ଆଖଡା ବେଳେ ଗଣ୍ଡଗୋଳ । ଦୁଇ ତାଜିଆ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ମାଡପିଟ୍ । ଆଉ ସମାଧାନ କରିବା ପାଇଁ ପୋଲିସ ପହଞ୍ଚିଥିଲା ଘଟଣାସ୍ଥଳରେ । ବାଲେଶ୍ବର ଟାଉନ୍ ଥାନାର ଆଇଆଇସି ପର୍ଶୁରାମ ସାହୁ ଏହି ଆକ୍ରମଣରେ ଶିକାର ହେବା ସହ ତାଙ୍କ ମୁଣ୍ଡ ଫାଟି ଯାଇଛି ।

ବାଲେଶ୍ଵର ସହରରେ ରବିବାର ବିଳମ୍ବିତ ରାତିରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସମୁଦାୟ ୧୫ଟି ତାଜିଆ ଗୋଷ୍ଠୀ ସାମିଲ ହୋଇଥିଲେ । ତେବେ ଶୋଭାଯାତ୍ରା ଓ ପ୍ରବେଶ-ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାଡପିଟ୍ ଆରମ୍ଭ ହୋଇଥିଲା । ସମାଧାନ କରିବାକୁ ଯାଇ ଟାଉନ ଥାନା ଅଧିକାରୀ  ମଧ୍ୟ ବର୍ତ୍ତିପାରିନାହାନ୍ତି। ଟାଉନ୍ ଥାନା ଆଇଆଇସି ପର୍ଶୁରାମ ସାହୁଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡିଛି । ଆଖଡା ଖେଳୁଥିବା ୨୩ ସଦସ୍ୟ ମଧ୍ୟ  ଆହତ ହୋଇଛନ୍ତି । ବାଲେଶ୍ବର ଟାଉନ୍ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.