Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୋରା ଚାଲାଣ ବେଳେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଚାଲାଣକାରୀ ଗିରଫ

29/05/2023 at 5:19 PM

ମୁନିଗୁଡା ୨୯।୫: ଫୁଲବାଣୀରୁ ମଧ୍ୟପ୍ରଦେଶର ଝାନ୍‌ସୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୁନିଗୁଡ଼ା ପୋଲିସ ଦ୍ୱାରା ଗଞ୍ଜେଇ ସହ ୩ ଚାଲାଣକାରୀ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ୩ଟି ବ୍ୟାଗରେ ଭର୍ତ୍ତି ଗଞ୍ଜେଇ ଟ୍ରେନ୍ରେ ମଧ୍ୟପ୍ରଦେଶର ଝାନ୍‌ସୀ ନେବାକୁ ଉଦ୍ୟମ କରୁଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରିଥିଲା । ମୁନିଗୁଡ଼ା ରେଳବାଇ ଅଟୋଷ୍ଟାଣ୍ଡ ନିକଟରୁ ପୋଲିସ ୩ ଚାଲାଣକାରୀଙ୍କୁ ଗିରଫ କରିବା ସହ ୨୭ କେଜି ଗଞ୍ଜେଇ ଜବତ କରିଛି ।

ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗିରଫ ହୋଇଥିବା ଯୁବକମାନେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସାଗର ସଦାଶିବ ଧଳେ ଓ ଆନନ୍ଦ ଦଣ୍ଡିଆ, ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ସର୍ଭେସ ପଟେଲ ବୋଲି ଜଣାପଡିଛି ।

You Can Read :

   Related Posts