ବ୍ଲାକମେଲିଂ କରି ନାବାଳିକାଙ୍କୁ ଦୁଷ୍କର୍ମ, ଭିଡିଓ ଭାଇରାଲ୍ ପରେ ୩ ଗିରଫ

Published By : Prameya-News7 Bureau | November 21, 2019 IST

ଭଞ୍ଜନଗର ୨୧।୧୧: ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଭିଡିଓ ଉତ୍ତୋଳନ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ୍‌ ନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ନାବାଳକଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

{"id":187411,"width":578,"height":304,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅଗଷ୍ଟ ମାସ ୧୨ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ନାବାଳକ ସଂପୃକ୍ତ ନାବାଳିକାଙ୍କୁ ଜବରଦସ୍ତ ଏକ ବୁଦା ମୂଳକୁ ଘୋଷାଡ଼ି ନେଇଥିଲେ । ଜଣେ ନାବାଳକ ଦୁଷ୍କର୍ମ କରିଥିବାବେଳେ ଅନ୍ୟଜଣେ ଭିଡିଓ ରେକର୍ଡିଂ କରିଥିଲେ । ଏହାର ଦୁଇ ଦିନ ପରେ ଉକ୍ତ ଭିଡିଓ ଦେଖାଇ ଭାଇରାଲ୍ କରିଦେବାର ଧମକ ଦେଇ ପୁଣିଥରେ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ସେହି ଭିଡିଓକୁ ନିଜ ଗ୍ରାମର ଯୁବକଙ୍କୁ ଦେଖାଇଥିଲେ । ଭିଡିଓ ଦେଖିବା ପରେ ସଂପୃକ୍ତ ନାବାଳିକାଙ୍କୁ ଭିଡିଓ ଭାଇରାଲ୍ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହାକୁ ନେଇ ସମ୍ପୃକ୍ତ ନାବାଳିକା ଆପତ୍ତି କରିବାରୁ ଯୁବକ ଜଣଙ୍କ ଭିଡିଓଟିକୁ ଭାଇରାଲ୍ କରିଥିଲା । ଉକ୍ତ ଭିଡିଓ ଭାଇରାଲ୍‌ ହେବାର ପୀଡ଼ିତାଙ୍କ ଭିଣୋଇ ଜାଣିବାକୁ ପାଇଥିଲେ । ଏ ନେଇ ଶ୍ୱଶୁର ଓ ଶାଳିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଅଗଷ୍ଟ ୧୭ ତାରିଖରେ ନାବାଳିକା ପୀଡ଼ିତା ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

{"id":187412,"sizeSlug":"large"}

ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସମ୍ପୃକ୍ତ ନାବାଳିକାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ତାର ବୟାନ ରେକର୍ଡ କରାଯାଇଛି । ଦୁଇ ନାବାଳକଙ୍କୁ ବ୍ରହ୍ମପୁର ସୁଧାର ଗୃହକୁ ପଠାଇ ଯାଇଥିବା ବେଳେ ଯୁବକକୁ କୋର୍ଟଚାଲଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.