ବେଆଇନ ODC ଗାଡ଼ି ପାସ୍ ଘଟଣା : ରେଳବାଇ କର୍ମଚାରୀଙ୍କ ସମେତ ୩ ଗିରଫ

Published By : Prameya-News7 Bureau | May 15, 2023 IST

ବଡବିଲ ୧୫।୫: ରେଳବାଇ ଅଣ୍ଡରପାସ୍ ଦେଇ ବେଆଇନ ଭାବେ ଓଭର ଡାଇମେନସନାଲ କାର୍ଗୋ (ODC) ଗାଡ଼ି ପାସ୍ କରିବା ବେଳେ, ରେଳ ବିଭାଗର କାର୍ଯ୍ୟାନୁଷ୍ଠାନ । ଜଣେ ରେଳବାଇ କର୍ମଚାରୀଙ୍କ ସମେତ ୨ ହାଇଡ୍ରା ଗାଡ଼ି ଡ୍ରାଇଭର ଗିରଫ ।

{"id":786742,"width":738,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଦୁଇଟି ଗୁଜୁରାଟ ରେଜିଷ୍ଟ୍ରେସନ୍ ନମ୍ୱର ଥିବା ଟ୍ରେଲରରେ ହେଭି ଟ୍ରାନ୍ସଫର୍ମର ଲୋଡ୍ ହୋଇ ବଡ଼ବିଲ ନିକଟସ୍ଥ ଏକ ଖଣିକୁ ଯାଉଥିଲା । ତେବେ ନିୟମ ଅନୁଯାୟୀ ଯେ କୌଣସି ରେଲୱେ ଫାଟକ କିମ୍ବା ରେଲୱେ ଅଣ୍ଡରପାସ୍ ଦେଇ ଯିବାକୁ ହେଲେ ରେଳବାଇର ଅନୁମତି ଆବଶ୍ୟକ ପଡ଼ିଥାଏ । ମାତ୍ର ଏହି ଦୁଇଟି ଓଭର ଡାଇମେନସନାଲ କାର୍ଗୋ (ODC) ଗାଡ଼ି ଯୋଡ଼ା, ଲହାଣ୍ଡା ସ୍ଥିତ ଅଣ୍ଡର ପାସ୍ ଦେଇ ଚାଲିଯିବାକୁ ଉଦ୍ୟମ  କରୁଥିଲା । ଏଥିପାଇଁ ଦୁଇଟି ହାଇଡ୍ରା ଗାଡ଼ିକୁ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ଏହି ସମୟରେ ରେଳବାଇ ପୋଲିସ ସୂଚନା ପାଇ ସେଠାରେ ଚଢ଼ାଉ କରି ଗାଡ଼ିଗୁଡ଼ିକୁ ଧରିଥିଲା ।

{"id":786743,"width":739,"height":406,"sizeSlug":"full","linkDestination":"none"}

ରେଳ ବିଭାଗର ବିନା ଅନୁମତିରେ ଗାଡ଼ିଗୁଡ଼ିକୁ ବେଆଇନ ଭାବରେ ସେଠାରୁ ପାସ୍ କରିବା ପାଇଁ ବାଂଶପାଣି ରେଲୱେ ଷ୍ଟେସନର ଜଣେ ସିନିୟର ଟେକ୍ନିସିଆନ କିଶୋର ଚନ୍ଦ୍ର ବେହେରାଙ୍କ ସଂପୃକ୍ତି ଜଣାପଡିଥିଲା । ସଂପୃକ୍ତ କାର୍ଗୋ ଏଜେନ୍ସିଠାରୁ ସେ ମୋଟା ଅଙ୍କର ଅର୍ଥ ନେଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ରେଳବାଇ ପୋଲିସ । ଘଟଣାରେ ସମ୍ପୃକ୍ତ ଦର୍ଶାଇ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ଦୁଇ ଜଣ ହାଇଡ୍ରା ଡ୍ରାଇଭର ଅନୀଲ ଯାଦବ ଓ ଉମେଶ ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ୪ଟି ଗାଡ଼ିକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ରେଳବାଇ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.