କଫ୍ ସିରପ୍ ଚୋରା ଚାଲାଣ ବେଳେ ଜବତ, ୩ ଗିରଫ

Published By : Prameya-News7 Bureau | November 05, 2019 IST

ସୁବର୍ଣ୍ଣପୁର ୫।୧୧:  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରୁ ଏକ ଟେମ୍ପୁରେ ୨୪୨ ବୋତଲ କଫ୍ ସିରପ୍ ଚୋରା ଚାଲାଣ ବେଳେ ଟେମ୍ପୁ ସହିତ ତିନି ଜଣକୁ ଗିରଫ କରିଛି ଉଲୁଣ୍ଡା ପୋଲିସ ।  ଗିରଫ ତିନି ଜଣ ହେଲେ ଦିବ୍ୟ ଜଗଦଲା, ସିକନ୍ଦର ବାଘ ଏବଂ ସୁଇତୁ ସାହୁ । ଦିବ୍ୟ ଜଗଦଲା ଘର ଉଲୁଣ୍ଡା ବ୍ଲକର ଗଣ୍ଡା ବାହାଲରେ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଘର ବିନିକାରେ  । ଅଭିଯୁକ୍ତ ମାନଙ୍କଠାରୁ ଏକ ନକଲି ବନ୍ଧୁକ ସହିତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି  ।

{"id":179360}

ଆଜି ଏମାନେ ଉଲୁଣ୍ଡାରୁ ଏକ ଟେମ୍ପୁରେ କଫ୍ ସିରପ୍ ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ  । ଉଲୁଣ୍ଡା ପୋଲିସ ଖବର ପାଇ ତିନି ଜଣଙ୍କୁ ଗିରଫ କରିଛି  । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୋନପୁର ବୀରମହାରାଜପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.