କଫ୍ ସିରପ୍ ବୋତଲ ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 06, 2022 IST

ସୁବର୍ଣ୍ଣପୁର ୬।୭: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ପକ୍ଷରୁ ସୋନପୁର ସହର ପଟାଭାଡି ନିକଟରୁ କଫ୍ ସିରପ୍ ବୋତଲ ଜବତ ହୋଇଛି । ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ସୋନପୁର ସହରରୁ ଆଣୁଥିବା ବେଳେ ସୋନପୁର ପୋଲିସ ମାଡିବସିଥିଲା । ଶହେଟି କଫ୍ ସିରପ୍ ବୋତଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

{"id":652401,"sizeSlug":"large","linkDestination":"none"}
th

ତିନି ଜଣ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଏବଂ ମାନସ ପାଢୀ । ସମସ୍ତଙ୍କ ଘର ସୋନପୁର ସହରର ବୋଲି ଜଣାପଡିଛି । ଏହି କଫ୍ ସିରପ୍ ସବୁ ନିଶା କାରବାରରେ ବ୍ୟବହାର ହେଉଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.