ଜଳେଶ୍ବର ୧୭|୩ : ବାଲେଶ୍ବର ରୁପସା ଷ୍ଟେସନରୁ କଇଁଛ ଜବତ ହୋଇଛି । ବାଲେଶ୍ବର ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ରୁପସା ଯାଇ ରୁପସା ଷ୍ଟେସନରେ ଜିଆରପି ସହ ମିଶି ଉତ୍କଳ ଏକ୍ସପ୍ରେସରୁ ୪୫ଟି ଦେଶୀ କଇଁଛ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁରୀରୁ ନୂଆଦିଲ୍ଲୀ ଯାଉଥିବା ଉତ୍କଳ ଏକ୍ସପ୍ରେସରେ ପଶ୍ଚିମବଙ୍ଗ ଦାନ୍ତନର ତିନିଜଣ ଯୁବକ କଇଁଛ ଗୁଡିକୁ ନେଇ ଯାଉଥିଲେ ପଶ୍ଚିମବଙ୍ଗ ବିକ୍ରି କରିବା ପାଇଁ। ସେମାନେ ଏହି କଇଁଛ ଗୁଡିକୁ ପୁରୀ ସାକ୍ଷୀଗୋପାଳରୁ ଆଣିଥିବାର ସ୍ବୀକାର କରିଛନ୍ତି। ସେମାନେ ହେଲେ ଉତ୍ତମ ମଣ୍ଡଳ, ଅଶୋକ ପାରିଆ ଓ ଆନନ୍ଦ ଶାସମଲ। ବାଲେଶ୍ବର ରେଞ୍ଜର ଦେବେନ୍ଦ୍ର ନାଥ ପାତ୍ରଙ୍କ ନେତୃତ୍ବରେ ୬ଜଣିଆ ଟିମ୍ ଏହି ଚଢାଉ କରିଥିଲେ। କଇଁଛ ଗୁଡିକୁ ବୁଢାବଳଙ୍ଗ ନଦୀରେ ଛାଡି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।
ଶଙ୍ଖ ଭବନରେ ବିଜେଡି ପରାମର୍ଶଦାତା କମିଟି ବୈଠକ, ବିଭି...