ଖାଇକୁ ଖସିଲା ସେନା ଗାଡ଼ି, ଦୁର୍ଘଟଣାରେ ୩ଯବାନ ସହିଦ

Published By : Prameya-News7 Bureau | January 11, 2023 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ କୁପଓ୍ବାଡ଼ାରେ ଅଘଟଣ । ବରଫ ଖାଇକୁ ଖସିଲା ଭାରତୀୟ ସେନା ଗାଡ଼ି । ଦୁର୍ଘଟଣା ଯୋଗୁ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସହିଦ ଯବାନଙ୍କ ମରଶରୀରକୁ ଉଦ୍ଧାର କରିଛି ସୁରକ୍ଷାବଳ । ପ୍ରବଳ ଥଣ୍ଡା ସହିତ ବରଫ ବର୍ଷା ଯୋଗୁ ପାଟ୍ରୋଲିଂରେ ସମସ୍ୟା ସୃଷ୍ଟି ହେଉଛି ।

ସୂଚନା ଅନୁଯାୟୀ, ମଚ୍ଛିଲ୍ ସେକ୍ଟରରେ ସୁରକ୍ଷାବଳ ପାଟ୍ରୋଲିଂ କରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କୁପଓ୍ବାଡ଼ା ନିକଟରେ ଯବାନଙ୍କ ଗାଡ଼ି ଏକ ବଡ଼ ଖାଇକୁ ଖସିପଡ଼ିଥିଲା । ଫଳରେ ସେଥିରେ ବସିଥିବା ୩ଜଣ ଯବାନ ସହିଦ ହୋଇଛନ୍ତି । ଫରଓ୍ବାର୍ଡ ଏରିଆରେ ବରଫ ବର୍ଷା ଯୋଗୁ ସେନା ଗାଡ଼ି ସ୍ଲିପ୍ କରି ଖାଇକୁ ଖସିଯାଇଥିଲା । ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ, ଦୁଇ ଜଣ ଓଆରର ଯବାନ ସାମିଲ ରହିଛନ୍ତି । ଲଗାତାର ବରଫ ବର୍ଷା ପଡୁଥିବାରୁ କୁପଓ୍ବାଡ଼ା ବରଫ ସହିତ ସଂଘର୍ଷ କରୁଛି ସୁରକ୍ଷାବଳ ।

ଏହା ପୂର୍ବରୁ ନଭେମ୍ବର ମାସରେ କୁପଓ୍ବାଡାରେ ଗ୍ଲେସିୟର ଫାଟିବାରୁ  ୩ଜଣ ଯବାନ ସହିଦ ହୋଇଥିଲେ । ପାଟ୍ରୋଲିଂ ଗାଡ଼ି ଉପରେ ଅଚାନକ ବରଫ ପାହାଡ଼ ଭାଙ୍ଗିବାରୁ ଦୁର୍ଘଟଣା ଘଟିଥିଲା । ଏବେ ଆଉ ୩ଜଣ ଯବାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି  । ଆହତ ଯବାନଙ୍କୁ ସେନା ହସ୍ପିଟାଲରେ  ଭର୍ତ୍ତି କରି ଚିକିତ୍ସା କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.