ଆଦାନୀ ଗ୍ରୁପର ତିନି କମ୍ପାନି ୟୁଏନର ଏହି ସୂଚୀରୁ ହେଲେ ବାହାର, ଜାଣନ୍ତୁ କେତେ ବଡ଼ ଝଟକା

Published By : Prameya-News7 Bureau | May 09, 2023 IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ତିନି କମ୍ପାନିକୁ କର୍ପୋରେଟ୍ ସ୍ତରରେ ବଡ଼ ଝଟକା ଲାଗିଛି । ସାରା ଦୁନିଆ ଗ୍ଲୋବାଲ ୱାର୍ମିଂର ମୁକାବିଲା ପାଇଁ ଗ୍ରୀନ ଏନର୍ଜୀ ଆଡକୁ ବଢିବାରେ ଲାଗିଛି । ଏହି ପ୍ରୟାସ ମାମଲାରେ ଭାରତରେ ଆଦାନୀ ଗ୍ରୁପ ସବୁଠୁ ଆଗରେ ରହିଛି । ତେବେ ଏହାର ତିନି କମ୍ପାନିକୁ ଏହି ଲକ୍ଷ୍ୟ ହାସଲ ଦିଗରେ ଜାତିସଂଘର ସହଯୋଗ ମିଳିପାରିବ ନାହିଁ । ଆଦାନୀ ଗ୍ରୀନ, ଆଦାନୀ ଟ୍ରାନ୍ସମିଶନ ଏବଂ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନକୁ କମ୍ପାନିଜ୍ ଟେକିଂ ଆକ୍ସନ ସୂଚୀରୁ ବାହାର କରାଯାଇଛି ।

ଏହି ସୂଚୀକୁ ଜାତିସଂଘର ଏକ ଗ୍ରୁପ ସାଇନ୍ସ ବେସଡ ଟାର୍ଗେଟ୍ସ ଇନିସିଏଟିବ୍ସ ଦ୍ୱାରା ପ୍ରକାଶ କରାଯାଇଥାଏ । ଏହି ଗ୍ରୁପ କମ୍ପାନିଗୁଡିକ ପ୍ୟାରିସ ବୁଝାମଣା ହିସାବରେ କମ୍ପାନିଙ୍କ ନିର୍ଗମନ ହ୍ରାସ କରାଇବା ପାଇଁ ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥାଏ । ଏହି ବୁଝାମଣା ଅନୁସାରେ ଗ୍ଲୋବାଲ ୱାର୍ମିଂକୁ ସୀମିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ । SBTi ସୂଚୀରୁ ବାହାରିବା ପରେ ଏବେ ଆଦାନୀ ଗ୍ରୁପର ତିନି କମ୍ପାନିକୁ ଏହି ସହଯୋଗ ମିଳିପାରିବ ନାହିଁ । ୟୁଏନ ଗ୍ରୁପର ମୁଖପାତ୍ରଙ୍କ କହିବା ଅନୁସାରେ ଏହି କମ୍ପାନିଗୁଡିକ ଧାର୍ଯ୍ୟ ମାନଦଣ୍ଡ ଏବଂ ନୀତିଗତ ଆବଶ୍ୟକତାକୁ ପୂରଣ କରୁ ନାହିଁ । ଏହି କାରଣରୁ ଏମାନଙ୍କୁ ବାହାର କରି ଦିଆଯାଇଛି ।

ସ୍ଥାୟୀ ବିକାଶ ଚିନ୍ତାଧାର ନିବେଶକ ଏହା ସହ ଜଡିତ ସେୟାରରେ ନିବେଶ ପାଇଁ ଏସବିଟିଆଇ ସୂଚୀକୁ ଦେଖିଥାଆନ୍ତି । ଫେବ୍ରୁଆରୀ ଆରମ୍ଭରେ ୫୦୦ରୁ ଅଧିକ ଇଏସଜି ଫଣ୍ଡ୍ସରେ ଆଦାନୀ ଗ୍ରୁପର ସେୟାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସୂଚୀରେ ରହିବା ଆଦାନୀ ଗ୍ରୁପ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତାହା ଏଥିରୁ ଅନୁମାନ କରାଯାଇ ପାରିବ ଯେ ଏହି ସୂଚୀରେ ସାମିଲ ହେବା ଦ୍ୱାରା ଏହାର ସେୟାରରେ ନିବେଶ ଅଧିକ ବଢିଥାଆନ୍ତା ।

SBTi ସୂଚୀରୁ ହଟିବା ଉପରେ ଆଦାନୀ ଗ୍ରୁପ କହିଛି ଯେ ୟୁଏନ ଗ୍ରୁପଠାରୁ ଏହା ପଛର କାରଣ ଜାଣିବା ପାଇଁ ଉଦ୍ୟମ କରାଯାଇଛି । ଆଦାନୀ ଗ୍ରୁପ ଏହା ମଧ୍ୟ ଆଶା ରଖିଛି ଯେ SBTi ନିଜ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବ ଏବଂ ଏହାର କମ୍ପାନିଗୁଡିକୁ ନିଜ ସୂଚୀରେ ସାମିଲ କରାଇବ । ଆଦାନୀ ଗ୍ରୁପ କହିଛି ଯେ ଏହି ତିନି କମ୍ପାନି କୌଣସି ପ୍ରକାର ତେଲ, ପ୍ରାକୃତିକ ଗ୍ୟାସ, କୋଇଲା କିମ୍ୱା ଅନ୍ୟ ଜୀବାଶ୍ମ ଇନ୍ଧନ ଉତ୍ପାଦନ କରୁ ନାହିଁ ଏବଂ SBTiରେ ସାମିଲ ହେବା ପରେ କର୍ବନ ନିର୍ଗମନ କମ କରିବା ଉପରେ ଯୋଜନା କରୁଛି । ଆଦାନୀ ଗ୍ରୁପ ଗ୍ରୀନ ଏନର୍ଜୀ ପ୍ରୋଜେକ୍ଟ ପାଇଁ ପ୍ରାୟ ୮୦ କୋଟି ଡଲାର ଏକାଠି କରିବାକୁ ପ୍ରୟାସ କରୁଛି । ନବୀକରଣଯୋଗ୍ୟ ଉର୍ଜାର ସବୁଠୁ ବଡ଼ ଉତ୍ପାଦକ ଏବଂ ଗ୍ରୀନ ଡାଟା ଷ୍ଟୋରେଜ ମାମଲାରେ ଦୁନିଆରେ ସବୁଠୁ ଉପରେ ରହିବା ପାଇଁ ଗ୍ରୁପ୍ ଯୋଜନା କରୁଛି । SBTi ସୂଚୀରୁ ଆଦାନୀ ଗ୍ରୁପର ତିନି କମ୍ପାନି ବାହାର ହୋଇଥିବା ବେଳେ ଦୁଇ କମ୍ପାନି ଅମ୍ୱୁଜା ସିମେଣ୍ଟ ଏବଂ ଏସିସି ଏବେ ମଧ୍ୟ ଏହି ସୂଚୀରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.