ଫାଙ୍କା ଗୁଳି ଚାଳନା କଲେ ୩ ଦୁର୍ବୃତ୍ତ; ଜଣେ ଅଟକ
9/03/2023 at 11:41 PM

ସୋର ୦୯/୦୩: ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ ଦୁର୍ବୃତ୍ତ। ସୋର ବ୍ଲକ୍ ବାଗୁଡ଼ି ନାବୋଦୟ ସ୍କୁଲ୍ ଛକରେ ଏପରି ଅପରାଧିକ ଘଟଣା ଘଟିଛି। ତିନି ଯୁବକ ମୁଁହରେ କପଡ଼ା ବାନ୍ଧି ବାଇକରେ ଆସି ଚଳାଇଲେ ଗୁଳି। ପୂର୍ବ ଶତୃତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା। ଏଥିପାଇଁ ଗତ ୨ ଦିନ ହେଲା ସେଠାରେ ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କଲା ପୋଲିସ। ଏହି ଅଭିଯୋଗରେ ପୋଲିସ ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।