ବ୍ୟବସାୟୀ ଆଦର୍ଶ ଅଗ୍ରୱାଲଙ୍କ ଉପରକୁ ଗୁଳିମାଡ ଘଟଣା : ୩ ଅଭିଯୁକ୍ତ ଗିରଫ, ୨ ଫେରାର
11/03/2023 at 5:42 PM

ଜୟପୁର ୧୧/୦୩: ଜଣେ ବ୍ୟବସାୟୀଙ୍କୁ ଗୁଳି କରିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ଏହି ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଦୁର୍ବୃତ୍ତ ଫେରାର ଅଛନ୍ତି। ଏନେଇ କୋରାପୁଟ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ଅଭିଜିତ ମହୁରିଆ,ଫିରୋଜ ନାଗ ଓ ସଚିନ ନାୟକ।

ଦାଦା ବଟି ଆଦାୟକୁ କେନ୍ଦ୍ର କରି ସେମାନେ ବ୍ୟବସାୟୀ ଆଦର୍ ଅଗ୍ରୱାଲଙ୍କୁ ଗୁଳି କରିଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ପୋଲିସ ପିସ୍ତଲ୍ ସହିତ ସିମ୍ କାର୍ଡ, ମୁଖା, ଜବତ କରିଛି। ଅନ୍ୟପଟେ ଫେରାରଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ଇମରାନ ଖାନ ଓ ଟୁଲୁ ଖୋସଲା। ସୂଚନା ଥାଉକି, ଚଳିତ ମାସ ୪ ତାରିଖରେ ଜୟପୁରର ବ୍ୟବସାୟୀ ଆଦର୍ଶ ଅଗ୍ରୱାଲ୍ଙ୍କୁ ଗୁଳିମାଡ଼ ହୋଇଥିଲା।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023