ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା; ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 13, 2023 IST

ସାଲେପୁର ୧୩।୫: କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ପଞ୍ଚାୟତ ମାଛୁଆତି ଗାଁରେ ଶୁକ୍ରବାର ଲିକୁ କାଣ୍ଡିକୁ ଛୁରୀ ଭୁସି ହତ୍ୟା ଘଟଣାରେ ୩ ଜଣ ଆସାମୀକୁ ଗିରଫ କରିଛି ସାଲେପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ସେହି ମାଛୁଆତି ଗ୍ରାମର ବୁଦ୍ଧିଆ ସ୍ୱାଇଁଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ମାଛୁଆତି ଗାଁର ବୁଦ୍ଧିଆ ସ୍ଵାଇଁ ଲିକୁ କାଣ୍ଡିକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶୁକ୍ରବାର ମଧ୍ୟାହ୍ନରେ ବୁଦ୍ଧିଆର ଘର ସାମ୍ନାରେ ଲିକୁ ସହିତ ପାଟିତୁଣ୍ଡ ହୋଇଥିଲା । ଏଥିରେ ବୁଦ୍ଧିଆ ଉତ୍ତ୍ୟକ୍ତ ହୋଇ ଲିକୁର ଛାତି ଓ ପେଟରେ ଛୁରାମାଡ଼ କରିଥିଲା । ଲିକୁକୁ ରକ୍ତ ଜୁଡୁବୁଡୁ ହୋଇ ରସ୍ତାରେ ଗଡୁଥିବା ସମୟରେ ତାଙ୍କ ସାଙ୍ଗ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକବଡ  ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଲିକୁର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛନ୍ତି । କଟକ ଜିଲ୍ଲା ଅତିରିକ୍ତ ଗ୍ରାମାଞ୍ଚଳ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ମନୋଜ କାଣ୍ଡିଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ସାଲେପୁର ଥାନା କେଶ ନଂ ୧୫୭/୨୩ରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୁଦ୍ଧିଆ ସ୍ୱାଇଁ ଓ ତାର ୨ ସହଯୋଗୀକୁ ଗିରଫ କରାଯାଇଛି । ୩ ଜଣକୁ କୋର୍ଟ ଚାଲାଣ କରାଯିବା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଗ୍ରାମଞ୍ଚଳ ଏସପି ।

ସେପଟେ ମୃତକଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି । ଶବକୁ କଟକ-ଚାନ୍ଦବାଲି ରାସ୍ତାର ସାଲେପୁରର ତାରିଣୀ ଛକରେ ରଖି ପରିବାରକୁ ନ୍ୟାୟ ମିଳିବା ସହ  କ୍ଷତିପୂରଣ ଦାବି କରିଛନ୍ତି । ଏନେଇ ଘଟଣାସ୍ଥଳରେ ସାଲେପୁର ପୋଲିସ ଓ ତହସିଲଦାର ପହଞ୍ଚି ଯେତେ ବୁଝାସୁଝା କରିଥିଲେ ମଧ୍ୟ କ୍ଷତିପୂରଣ ଦବି କରି ପୁରା ଜିଦରେ ରାସ୍ତାରେ ଶବ ରଖି ବସି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.