Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଚାକିରୀ ଦେବା ନାଁରେ ଠକେଇ; ପ୍ରେମୀ ଯୁଗଳଙ୍କ ସହ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

4/07/2022 at 9:43 PM

ଭୁବନେଶ୍ୱର ୦୪/୦୭: ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ  ଠକୁଥିଲେ। ନିଜକୁ ପ୍ରେମିଯୁଗଳର ପରିଚୟ ଦେଉଥିଲେ। ଭୁବନେଶ୍ବର ସାଇବର ଅପରାଧ ଥାନାରେ ଅଭିଯୋଗ ପରେ ପ୍ରେମୀ ଯୁଗଳଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି। କାହାକୁ ଆରଆଇ ତ ଆଉ କାହାକୁ ପାରାଦୀପ ପୋର୍ଟରେ ଚାକିରୀ କରାଇଦେବେ କହି ଦେଢଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।

ନକଲି ୱେବସାଇଟ, ମିଛ ଚାକିରୀ ଦେବାର ପ୍ରଲୋଭନ,  ହ୍ବାଟସଆପରେ ଯାଉଥିଲା ନିଯୁକ୍ତି ପତ୍ର। କିନ୍ତିୁ ଏସବୁ ଥିଲା ନକଲି। ନିଶ୍ଚିତ ନିଯୁକ୍ତି ଦେବାର ପ୍ରତିଶ଼ତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ପ୍ରେମି ଯୁଗଳ। ସହୀଦ ନଗର ଥାନା ଅଧିନରେ କରିଥିଲେ ଅଫିସ। ପ୍ରେମିକା ନିଜକୁ ଆସିଷ୍ଟାଣ୍ଡ ଏଚଆର ବୋଲି ପରିଚୟ ଦେଇ ଲୋକଙ୍କୁ ଯୋଗାଯୋଗ କରୁଥିଲା ଆଉ ଯୁବକ ଜଣକ ନିଜକୁ ଏଚଆର କହି ଲୋକମାନଙ୍କୁ ଠକୁଥିଲା। ଖାଲି ଏ ୨ଜଣ ନୁହଁନ୍ତି ଅନ୍ୟଜଣେ ବ୍ୟକ୍ତି ଏମାନଙ୍କୁ ସହଯୋଗ କରିବା ଅଭିଯୋଗରେ ମୋଟ ୩ ଜଣଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି।

ସାଇବର ଥାନା ପୋଲିସ ଏମାନଙ୍କ ଠାରୁ ବିଭିନ୍ନ ଆପଏଣ୍ଟମେଣ୍ଟ ଲେଟର, କିଛି ଭିଜିଟିଙ୍ଗ କାର୍ଡ, ୮ଟି ମୋବାଇଲ ଓ ୧୩ ଲକ୍ଷ ଟଙ୍କା ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୩ଜଣ ବ୍ୟକ୍ତି ଏହି ସାଇବର ଠକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ପୋଲିସ କହିଛି। ପୁର୍ବରୁ ବାହାର ରାଜ୍ୟରେ ରହି କିଛି ଲୋକ ସାଇବର ଅପରାଧ କରୁଥିବାର ଖବର ମିଳୁଥିଲା। ଏବେ କିନ୍ତୁ ରାଜଧାନୀରେ ଏହି ସାଇବର ଅପରାଧୀମାନେ ତାଙ୍କ  କାୟା ବିସ୍ତାର କରିବା ଆରମ୍ଭ କରିଛନ୍ତି। ଲୋକମାନେ ଏଭଳି ଠକଙ୍କ ହାବୁଡ଼ରେ ପଡି ନିଜର ଟଙ୍କା ହରାଉଛନ୍ତି।

   Related Posts