ବନ୍ଧୁକ ଦେଖାଇ ୯୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 13, 2023 IST

ସୋର ୧୩/୦୧: ବୟସ୍କ ବ୍ୟକ୍ତିଙ୍କ ଠାରୁ ୯୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏପରି ଏକ ଅପରାଧିକ ଘଟଣା ଭିମେଇ ବାହାବଳପୁର ମୁଗୁନିପୁର ରାସ୍ତାରେ ମଝିରେ ଦେଖିବାକୁ ମିଳିଛି। ଏନେଇ ସେ ସୋରଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍‌ର ଶୀକାର ହୋଇଥିବା ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ଉଦୟ କୁମାର ପଣ୍ଡା। ସେ ନୀଳଗିରି ଥାନା ଭିମେଇ ଗାଁର ବାସିନ୍ଦା।

ଖବର ଅନୁସାରେ, ବିଦୁ ଗ୍ରାମ୍ୟ ବ୍ୟାଙ୍କରୁ ୯୮ହଜାର ଟଙ୍କା ଉଠାଇ ଉଦୟ ସାଇକେଲ୍‌ରେ ଯାଉଥିଲେ। ସେତିକିବେଳେ  ମୁଗୁନିପୂରରୁ ବହାବଳପୁର ମଝି ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଅଟକାଇ ତାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇଥିଲେ। ଏହାପରେ ତାଙ୍କଠାରୁ ବ୍ୟାଗ୍‌ରେ ଥିବା ୯୮ ହଜାର ଟଙ୍କା ଛଡ଼ାଇ ସେଠାରୁ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନେ ଗୋଟିଏ ନାଲି ରଙ୍ଗର ବାଇକ୍‌ରେ ଆସି ଛିନ୍‌ତାଇ କରିବା ପରେ ବିଦୁ ଆଡ଼କୁ ପଳାଇଥିଲେ। ଏନେଇ ଖବର ପାଇ ସୋର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.