ଆସିଲା କରୋନା ଚିଠି ! ‘ସମସ୍ତଙ୍କ ଘର ଫାଟକରେ କରୋନା, କାହାରିକୁ ଜୀବିତ ଛଡାଯିବନି’

Published By : Prameya-News7 Bureau | April 20, 2020 IST

ଗୁରୁଦାସପୁର ୨୦।୪: ସାରା ବିଶ୍ବରେ ଏବେ କରୋନା ସଙ୍କଟ । ଦେଶରେ ମଧ୍ୟ କରୋନା ଆତଙ୍କ ଖେଳାଇଛି । ପଞ୍ଜାବ ଜିଲ୍ଲା ଗୁରୁଦାସପୁର ବେଟ ଅଞ୍ଚଳରେ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଥିଲା । ଲୋକମାନେ ସେହି ଭୟରୁ ବାହାରି ପାରିନଥିବା ବେଳେ ଏବେ ଭୟ ଆହୁରି ବଢିଯାଇଛି । ଏହି ଅଞ୍ଚଳରୁ ମୌଲାନା ଆକବରଙ୍କ ନାମରେ ଏକ ଚିଠି ମିଳିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଚିଠିଟି ପଞ୍ଜାବୀ ଭାଷାରେ ଲେଖାହୋଇଥିବା ଦେଖିବାକୁ ମିଳିଛି । ଚିଠିରେ ଲେଖାଯାଇଛି ଯେ, ମୌଲାନା ଆକବରଙ୍କ ଲୋକ ଜିଲ୍ଲାକୁ ଆସିଛନ୍ତି । ଲୋକମାନେ ଯେତେ ସତର୍କ ହୋଇ ରହିଲେ ମଧ୍ୟ ସେମାନେ ସମସ୍ତ ଲୋକଙ୍କ ଫାଟକରେ କରୋନା ଲଗାଇ ଦେଇଛନ୍ତି । ଏଠାରେ କାହାରିକୁ ବି ଜୀବିତ ଛଡାଯିବନାହିଁ ।

ଏହାର ସୂଚନା ମିଳିବା ପରେ ସିଭିଲ ଏବଂ ପୋଲିସ ଅଧିକାରୀମାନେ ଗାଁରେ ପହଞ୍ଚି ସେହି ଚିଠିଟିକୁ ଜବତ କରିଥିଲେ । ଗୁରୁଦ୍ବାରରେ ଲାଗିଥିବା ସିସିଟିଭିର ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଗାଁର ସମସ୍ତ ଲୋକଙ୍କ ଘରକୁ ସାନିଟାଇଜ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଚିଠିଟିକୁ କେହି ଦୁର୍ବୃତ୍ତ ଫିଙ୍ଗି ଥିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.