ସଲମାନ ଓ ବାପା ସଲୀମ ଖାନ୍‌ଙ୍କୁ ହତ୍ୟା ଧମକ; ତୁମର ବି ମୁସେୱାଲାଙ୍କ ଭଳି ଅବସ୍ଥା କରିବୁ

Published By : Prameya-News7 Bureau | June 05, 2022 IST

ମୁମ୍ବାଇ: ପୁଣି ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। କେବଳ ସଲମାନ ଖାନ୍‌ ନୁହଁନ୍ତି, ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍‌ଙ୍କୁ ବି ହତ୍ୟା କରିବାକୁ ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ତୁମର ବି ମୁସେୱାଲା କରିଦେବୁ। ଅର୍ଥାତ ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମକୁ ବି ହତ୍ୟା କରିବୁ।

ସଲୀମ ଖାନ୍‌ ସବୁବେଳେ ସକାଳ ମର୍ଣ୍ଣିଂ ୱାକ୍ କରି ଯେଉଁଠି ବସନ୍ତି ସେଇଠି ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ସୂଚନା ଥାଉକି ଗତ ମାସରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଶେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବ ମନସାର ଜବାହରକେ ଗାଁରେ ଦୁର୍ବୃତ୍ତମାନ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳି କାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି ବୋଲି ପରେ ଜଣାପଡ଼ିଥିଲା।

ସୂଚନା ଥାଉକି ଗତ ମାସରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଶେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବ ମନସାର ଜବାହରକେ ଗାଁରେ ଦୁର୍ବୃତ୍ତମାନ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳି କାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି ବୋଲି ପରେ ଜଣାପଡ଼ିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲ୍‌ରେ ରହିଛି। ଆର୍ମସ ଆକ୍ଟରେ ତା ବିରୋଧରେ ମାମଲା ରୁଜୁ ହୋଇଛି।  

ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କୁ ହତ୍ୟା କରିବା ପଛରେ ରହିଛି କଳା ହରୀଣ ଶିକାର ଘଟଣା। ଯାହା ଏବେ ବି କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି। ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ଭଗବାନ ମାନନ୍ତି। ସଲମାନଙ୍କ ବିରୋଧରେ କଳା ହରିଣ ଶିକାର ମାମଲା ରହିଥିବାରୁ ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କ ଉପରେ ରାଗ ରହିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.