ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ହଜାର ହଜାର ବୋଲ୍‌ବମ୍ ଭକ୍ତଙ୍କ ଭିଡ, ଶ୍ରାବଣ ଶେଷ ସୋମବାରରେ ଜଳଲାଗି କଲେ କାଉଡିଆ

Published By : Prameya-News7 Bureau | August 08, 2022 IST

ପାଟଣାଗଡ ୮।୮: ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପିଠ ହରିଶଙ୍କର । ହରି ଓ ଶଙ୍କର ଏକାଠି ଗୋଟିଏ ମନ୍ଦିରରେ ପୂଜା ପାଉଥିବାରୁ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଶ୍ରାବଣ ମାସରେ ଦର୍ଶନ ପାଇଁ ଆସିଥାନ୍ତି ।

{"id":667792,"width":841,"height":467,"sizeSlug":"full","linkDestination":"none"}

ସୋମବାର ସକାଳୁ ଏହି ମନ୍ଦିରରେ ହଜାର ହଜାର ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ହରିଶଙ୍କର ପୀଠର ଗନ୍ଧମାର୍ଦ୍ଧନ ପାହାଡ ପାଦଦେଶରୁ ବୋହିଆସୁଥିବା ପାପନାଶିନୀ ଝରଣାରେ ବୁଡ ପକାଇ ପୂଜାଅର୍ଚ୍ଚନା କରିଛନ୍ତି । ଶ୍ରାବଣ ମାସର ଶେଷ ସୋମବାରରେ ପଡୋଶୀ ରାଜ୍ୟ ଛତିଶଗଡ ଓ ପଡୋଶୀ ଜିଲ୍ଲାମାନଙ୍କରୁ ଭକ୍ତଙ୍କ ଭିଡ ଜମିଥିଲା ।

{"id":667794,"width":840,"height":467,"sizeSlug":"full","linkDestination":"none"}

ଶ୍ରାବଣ ମାସ ସାରା ଅନେକ ନିଷ୍ଠାର ସହ ଆମିଷ, ପିଆଜ, ରସୁଣ ଇତ୍ୟାଦି ତ୍ୟାଗ କରି ଭକ୍ତମାନେ ଏହି ମାସକୁ ମାନିଥାନ୍ତି । ଶ୍ରାବଣ ମାସଟିକୁ ଭଗବାନ ଶିବଙ୍କ ଜନ୍ମ ମାସ ବୋଲି ମଧ୍ୟ ବିଶ୍ବାସ କରାଯାଏ ।  ତେଣୁ ଏହି ମାସରେ ଶିବଙ୍କ ମସ୍ତକରେ ଜଳ ଲାଗି କଲେ ମନୋବାଞ୍ଛା ପୂରଣ ହୁଏ ଓ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଅଗାଢ ବିଶ୍ବାସ ରହିଛି ।

{"id":667795,"width":840,"height":467,"sizeSlug":"full","linkDestination":"none"}

ବୋଲ୍‌ବମ୍ ଭକ୍ତମାନେ ଶ୍ରାବଣ ମାସର ଶେଷ ସୋମବାର ଦିନ ହରିଶଙ୍କର ମନ୍ଦିରରେ ପାଣି ଢାଲି ପୂଜାଅର୍ଚ୍ଚନା କରି ପାପନାଶିନୀ ଝରଣାରୁ ଜଳ ଉଠାଇ ଖାଲି ପାଦରେ ବାହୁଙ୍ଗୀ ଧରି ଚାଲି ଚାଲି ତାଙ୍କ ଗାଁର ଶିବ ମନ୍ଦିରକୁ ଯାଇ ମହାଦେବଙ୍କଠାରେ ଜଳାଭିଷେକ କରିଥାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.