କାର୍ତ୍ତିକ ମାସର ତୃତୀୟ ସୋମବାରରେ ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
12/11/2018 at 12:41 PM

କଟକ ୧୨/୧୧: ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ମାସର ତୃତୀୟ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଶ୍ରୀ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳଠାରୁ ଭକ୍ତ ମାନେ ଧାଡିରେ ଯାଇ ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି। ରାତି ୪ ଟାରେ ଶ୍ରୀ ଦେବଙ୍କ ବିଭିନ୍ନ ନୀତିକାନ୍ତି କରାଯାଇ ପହୁଡ଼ ଖୋଲାଯିବା ପରେ ଭକ୍ତମାନେ ଧାଡିରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି। ପୀଠରେ ଶାନ୍ତି ଶୃଙ୍ଖଳା ପାଇଁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।ଗତକାଲି ରବିବାର ଥିବାରୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ଧବଳେଶ୍ବର ପୀଠରେ। ଆସନ୍ତା ୧୯ ତାରିଖରେ ପଞ୍ଚୁକ ସୋମବାରରେ ପଡୁଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ସି ସି ଟିଭିର ବ୍ୟବସ୍ଥା କରାଯାଇଛି।
Related Posts
କଟକ ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ
15 August 2022
ଅଭାବନୀୟ : ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ
15 August 2022