oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଅନୁପ ସାଏଙ୍କୁ ବ୍ରଜରାଜନଗରରୁ ଦିଆ ନଯାଉ ଟିକେଟ’ , ଜୋର ଧରିଲା ଝାରସୁଗୁଡାରେ ବିଜେଡି ରାଜନୀତି

23/02/2019 at 1:28 PM

ଭୁବନେଶ୍ବର୨୩|୨: ବ୍ରଜରାଜନଗରରୁ ଅନୁପ ସାଏଙ୍କୁ ବିଜେଡି ଟିକେଟ ନଦେବା ପାଇଁ ଦାବୀ ହୋଇଛି । ବିଜେଡି ଝାରସୁଗୁଡା ଜିଲ୍ଲା ସମ୍ପାଦକ କୂଳମଣି ଦାସ ଏବଂ ସରପଞ୍ଚ ପାର୍ବତୀବେହେରାଙ୍କ ନେତୃତ୍ବରେ ୧୦୦୦ରୁ ଅଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ଦାବି କରିବା ପାଇଁ ଆଜି ନବୀନ ନିବାସରେ ପହଞ୍ଚିଥିଲେ । ତେବେ ନବୀନଙ୍କ ସହ ଦେଖା ପାଇନଥିଲେ । ଫଳରେ ନବୀନ ନିବାସ କାର୍ଯ୍ୟାଳୟରେ ଲିଖିତ ଦାବି ଦାଖଲ କରିଛନ୍ତି ।

୨୦୧୪ ମସିହାରେ ଅନୁପସାଏ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ବ୍ରଜରାଜ ନଗରରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । କିନ୍ତୁ ବିଜେପିର ରାଧାରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ । ତାପରଠୁ ନିର୍ବାଚନମଣ୍ଡଳିର ବିଜେଡିର ପୁରୁଣା କର୍ମୀଙ୍କୁ ସେ ଅଣଦେଖା କରୁଛନ୍ତି । କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ସମ୍ପର୍କ ରଖିଛନ୍ତି । ତାଙ୍କ ଉପରେ ଝାରସୁଗୁଡା ଜିଲ୍ଲାର ବିଜେଡି କର୍ମୀମାନେ ଭରସା କରିପାରୁ ନାହାଁନ୍ତି ।

୨୦୧୯ ନିର୍ବାଚନରେ ଅନ୍ୟ କେହି ସ୍ଥାନୀୟ ଲୋକଙ୍କୁ ଟିକେଟ ଦେବା ପାଇଁ ଦାବିରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଝାରସୁଗୁଡାର ପୁରୁଖା ନେତା ତଥା ପଶ୍ଚିମ ଓଡିଶା ବିକାସ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି କହିଛନ୍ତି ଯେ, ନିର୍ବାଚନ ଆଗକୁ ଥିବାରୁ ଯିଏ ଯାହାର ସୁବିଧା ଅସୁବିଧା ଜଣାଉଛନ୍ତି । ଅନୁପ ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳି କୌଣସି ବିଜେଡି କର୍ମୀଙ୍କ ସହ ଭଲ ସମ୍ପର୍କ ରଖିନାହାଁନ୍ତି ବୋଲି ଅଭିଯୋଗ କରିବାକୁ କିଛି କର୍ମୀ ଓ କର୍ମକର୍ତ୍ତା ନବୀନ ନିବାସ ଯାଇଥିଲେ ବୋଲି କିଶୋର ସ୍ବୀକାର କରିଛନ୍ତି ।

 

ସୂଚନାଯୋଗ୍ୟ ଯେ, ନବଦାସ ଗତ ଜାନୁଆରୀ ମାସରେ ବିଜେଡିରେ ଯୋଗ ଦେବାପରେ ଜିଲ୍ଲା ବିଜେଡିରେ ହଲଚଲ ସୃଷ୍ଟ ହୋଇଛି ।  ପୂର୍ବତନ ବାଚସ୍ପତି ତଥା ପଶ୍ଚମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି କହିଛନ୍ତି ଯେ, ଜୀର୍ଘଦିନ ହେଲା  ବ୍ରଜରାଜ ନଗରର କେହି ଆଂଚଳିକ ବ୍ୟକ୍ତିଙ୍କୁ ପ୍ରର୍ଥୀ  କରାଯାଇ ନାହିଁ  । ତେଣୁ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଯାଉଛି . ।

ତେବେ ଅସଲରେ କିଶୋର ହିଁ ବ୍ରଜରାଜନଗର ଆସନ ଉପରେ ଆଖି ପକାଇଥିବା ଆଲୋଚନା ହେଉଛି । କାରଣ ନବ ଦାସ ବିଜେଡିରେ ଯୋଗ ଦେବାପରେ କିଶୋର ମହାନ୍ତିଙ୍କୁ ଝାରସୁଗୁଡା ଆସନ ପାଇଁ ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ କିଶୋର ମହାନ୍ତି ବ୍ରଜରାଜ ନଗର ପାଇଁ ଯୋଜନା କରୁଥିବା କୁହାଯାଉଛି ।

   Related Posts