୨ଟି ସିମ୍ କାର୍ଡ଼ ବ୍ୟବହାର କରୁଛନ୍ତି କି : ଅସୁବିଧାରେ ପଡ଼ି ପାରନ୍ତି

Published By : Prameya-News7 Bureau | January 14, 2019 IST

ନୂଆଦିଲ୍ଲୀ ୧୪/୧: ଆଗେ କେବଳ ଫୋନରେ ଗୋଟିଏ ସିମ୍ ବ୍ୟବହାର କରି ହେଉଥିଲା କିନ୍ତୁ ଏବେ ଦୁଇଟି ସିମର ବ୍ୟବହାର ହୋଇ ପାରୁଛି। କିନ୍ତୁ ଅଧିକାଂଶ ଗ୍ରାହକ ଏବେ ଦୁଇଟି ଭିନ୍ନ ଟେଲିକମ୍ କମ୍ପାନୀର ସିମ୍ ବ୍ୟବହାର କରୁଛନ୍ତି।

ଏଥିରେ ଗୋଟିଏ କଲ୍ ଗ୍ରହଣ କରିବା ପାଇଁ ଏବଂ ଅନ୍ୟ ସିମ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ଆଦି ବ୍ୟବହାର ପାଇଁ ଦରକାର ହୋଇଥାଏ। ଏହା ଦ୍ବାରା ଟେଲିକମ୍ କମ୍ପାନୀକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ୁଛି। ସମସ୍ତ କମ୍ପାନୀ ୩୫,୬୫ ଏବଂ ୯୫ଟଙ୍କାର ୩ଟି ଅତି କମ୍ ଥିବା ରିଚାର୍ଜ ଜାରି କରିଛନ୍ତି ଯାହା ମୋବାଇଲ୍ ଗ୍ରାହକଙ୍କୁ ରିଚାର୍ଜ କରିବା ସମୟରେ ନିଜର ସିମ୍ ସେବା ଜାରି ରଖିବା ପାଇଁ ଅନୁମତି ଦେଇଥାନ୍ତି।

wp:gallery {"ids":[73945]} /wp:gallery

ଯେକୈାଣସି ଗ୍ରାହକ ପ୍ରତି ମାସରେ ଦୁଇଟି ସିମରେ ଅଲଗା ଭାବରେ ରିଚାର୍ଜ କରିପାରିବ ନାହିଁ। ଏଥିପାଇଁ ଗ୍ରାହକଙ୍କୁ ଭବିଷ୍ୟତରେ କେବଳ ଗୋଟିଏ ସିମ୍ ବ୍ୟବହାର କରିବାକୁ ପଡ଼ିବ। ଫଳରେ ଗ୍ରାହକମାନେ ଅସୀମିତ ବୈଧତାର ରିଚାର୍ଜ କରିପାରିବେ। ମୋବାଇଲ୍ ଗ୍ରାହକମାନେ ପ୍ରଥମେ ନିଜ ଫୋନରେ କେବଳ ଗୋଟିଏ ସିମ୍ ପକାଇ ପାରୁଥିଲେ। କିନ୍ତୁ ସମୟ ସହିତ ପଦ୍ଧତି ବଦଳିଥିଲା। ଏବଂ ବଜାରରେ ଦୁଇଟି ସିମ୍ ଥିବା ଫୋନ୍ ମିଳିବାକୁ ଲାଗିଲା।

wp:gallery {"ids":[73946]} /wp:gallery

ଏପରି କ୍ଷେତ୍ରରେ ଗ୍ରାହକମାନେ ଅଲଗା ଅଲଗା ଟେଲିକମ୍ କମ୍ପାନୀର ସିମ୍ ବ୍ୟବହାର କରୁଛନ୍ତି। ଯେଉଁ କମ୍ପାନୀରେ ଉତ୍ତମ ସେବା ମିଳୁଛି ସେଥିରେ ରିଚାର୍ଜ କରୁଛନ୍ତି। ଏହା ଦ୍ବାରା ଅନ୍ୟ କମ୍ପାନୀକୁ କ୍ଷତି ହେଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.