ଏହି ୩ ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଚନ୍ଦ୍ର ଗ୍ରହଣରେ ରହନ୍ତୁ ସାବଧାନ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ ୮।୧୧: ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏଣୁ ଦେଶରେ ରହୁଥିବା ସବୁ ଲୋକଙ୍କ ଉପରେ ଗ୍ରହଣର ବିଶେଷ ପ୍ରଭାବ ରହିବ। କାହାଲାଗି ଗ୍ରହଣ ଶୁଭ ସାବ୍ୟସ୍ତ ହେବ ତ କାହାଲାଗି ଅଶୁଭ। ତେବେ ଧାର୍ମିକ ଦୃଷ୍ଟିରୁ ଦେଖିଲେ କୌଣସି ପ୍ରକାର ଗ୍ରହଣ କି ପରାଗ ଆଦୌ ଶୁଭ ନୁହେଁ। ଏଣୁ ଗ୍ରହଣ ଓ ପରାଗ କାଳରେ ବିଶେଷ ସତର୍କତା ଅବଲମ୍ବନ କରିବକୁ କୁହାଯାଏ। ତେବେ ମଙ୍ଗଳବାର ସଙ୍ଗଠିତ ହେଉଥିବା ଚନ୍ଦ୍ର ଗ୍ରହଣ ବିଶେଷ କରି ୩ଟି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଲାଗି ବିପଦଜନକ ହୋଇପାରେ।

{"id":706339,"sizeSlug":"full","linkDestination":"none"}

ଜ୍ୟୋତିଷଙ୍କ ଅନୁସାରେ ଏହି ସବୁ ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀଙ୍କ ଉପରେ ଗ୍ରହଣର ପ୍ରଭାବ ଆଗାମୀ ୪ ମାସ ପର୍ଯ୍ୟନ୍ତ ରହିପାରେ। ଏଣୁ ଏପରି ଲୋକଙ୍କୁ ଗ୍ରହଣ ପରେ ମଧ୍ୟ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିରେ ‘ଏ’ ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀ ଲୋକଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। କାରଣ ଏହି ନାମଧାରୀ ଲୋକଙ୍କ ରାଶି ସାଧାରଣତଃ ମେଷ ରାଶିର ହୋଇଥାଏ। ଚନ୍ଦ୍ର ଗ୍ରହଣ ମଧ୍ୟ ମେଷ ରାଶିରେ ଲାଗୁଛି। ଏଣୁ ଏହି ନାମର ଲୋକଙ୍କୁ ବିଶେଷ ସାବଧାନ ରହିବାକୁ କୁହାଯାଇଛି।

{"id":706340,"width":739,"height":668,"sizeSlug":"full","linkDestination":"none"}

ଏଣୁ ‘ଏ’ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକେ ଆଗାମୀ ୩ ମାସ ପର୍ଯ୍ୟନ୍ତ କୌଣସି ରିସ୍କି କାମ ହାତକୁ ନ ନିଅନ୍ତୁ। ଏହା ଛଡା ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ଛୋଟମୋଟ ଋତୁକାଳୀନ ରୋଗ ବେମାରୀକୁ ଅଣଦେଖା ନ କରନ୍ତୁ। ସେହିପରି ‘ଏଲ’ ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀଙ୍କୁ ମଧ୍ୟ ସତର୍କ କରାଯାଇଛି। ଏହି ଗ୍ରହଣର ସବୁଠୁ ଅଧିକ ଅଶୁଭ ପ୍ରଭାବ ଏଲ ଅକ୍ଷରରୁ ଆରମ୍ଭ ହେଉଥିବା ଲୋକଙ୍କ ଉପରେ ପଡିପାରେ। ଏଣୁ ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିଲେ ଆଗାମୀ ୩ ମାସ ପର୍ଯ୍ୟନ୍ତ କୌଣସି ପ୍ରକାର ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ନିଜ କାମରେ ଧ୍ୟାନ ଦିଅନ୍ତୁ ଆଦୌ ଆଳସ୍ୟ କରନ୍ତୁ ନାହିଁ। ସେହିପରି କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁନି। ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

{"id":706341,"sizeSlug":"full","linkDestination":"none"}

ସେହିପରି ‘ସି’ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଲାଗି ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ୩ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟରୁ ନେଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏଣୁ ଖର୍ଚ୍ଚ କରିବା ବେଳେ ବୁଝି ବିଚାରି ଖର୍ଚ୍ଚ କରନ୍ତୁ। ସାଙ୍ଗକୁ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ବାହାରର ଖାଦ୍ୟ ପଦାର୍ଥରୁ ନଜକୁ ଦୂରେଇ ରଖନ୍ତୁ। ଯଦି ବାଣିଜ୍ୟ ବ୍ୟବସାୟ କରୁଥାନ୍ତି ତେବେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.