ଜୀବନ ହାରିଲେ ଆମେରିକୀୟ ବିଲେନିୟର ଥୋମାସ ଲି! କାର୍ଯ୍ୟାଳୟରୁ ମିଳିଲା ମୃତଦେହ

Published By : Prameya-News7 Bureau | February 25, 2023 IST

ନୂଆଦିଲ୍ଲୀ ୨୫/୦୨: ଆମେରିକୀୟ ବିଲେନିୟର ତଥା ଫାଇନାନ୍ସର୍ ଥୋମାସ୍‌ ଏଚ୍ ଲିଙ୍କ ମୃତ୍ୟୁ । ନ୍ୟୁୟର୍କ ସ୍ଥିତ ୭୬୭ ପଞ୍ଚମ ମହଲାରେ ଥିବା ତାଙ୍କ କାର୍ଯ୍ୟାଳୟରୁ ମିଳିଛି ମୃତଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ମୃତଦେହ ଲିଙ୍କ ମୃତଦେହ ମ୍ୟାନହଟନ କାର୍ଯ୍ୟାଳୟରୁ ମିଳିଛି । ମୁଣ୍ଡରେ ଗୁଳିମାଡ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଯାହା ଜଣାପଡୁଛି ସେ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଗୁରୁବାର ସକାଳେ ୭୬୭ ପଞ୍ଚମ ମହଲାରେ ୭୮ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଯେଉଁଠାରୁ ମୃତଦେହ ମିଳିଛି ସେହି ଠିକଣାଟି ଥୋମାସ୍ ଏଚ୍ ଲିଙ୍କ କ୍ୟାପିଟାଲ୍ ଏଲଏଲ୍ସିର କାର୍ଯ୍ୟାଳୟ । ଯଦିଓ ସେ ଆତ୍ମହତ୍ୟା କରିଥିବା ପୋଲିସ ନିଶ୍ଚିତ କରିନାହିଁ।

ଲିଙ୍କ ମୃତଦେହ ପ୍ରଥମେ ତାଙ୍କ କାର୍ଯ୍ୟାଳୟରେ ଫ୍ଲୋର ସଫା କରୁଥିବା ଜଣେ ମହିଳା ଦେଖିବାକୁ ପାଇଥିଲେ । ସକାଳୁ ଲିଙ୍କ ଖୋଜ ଖବର ମିଳିନଥିଲା । ତାଙ୍କର ଖୋଜାଖୋଜି ଜାରି ରହିଥିଲା । ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ବେଳକୁ ଲି'ଙ୍କର ସମ୍ପତ୍ତି ପ୍ରାୟ ୨ ବିଲିୟନ ଥିଲା । ଲି'ଙ୍କ ତାଙ୍କ ପତ୍ନୀ ଆନ୍ ଟେନେନବାମ୍ ଏବଂ ପାଞ୍ଚ ପିଲା ଅଛନ୍ତି ।

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଥୋମାସ୍ ଲିଙ୍କ ପରିବାର ବନ୍ଧୁ ତଥା ମୁଖପାତ୍ର ମାଇକେଲ୍ ସାଇଟ୍ରିକ୍ ଏକ ବିବୃତ୍ତିରେ କହିଛନ୍ତି, "ଟମଙ୍କ ମୃତ୍ୟୁରେ ପରିବାର ଗଭୀର ଦୁଃଖରେ ଭାଙ୍ଗିପଡିଛନ୍ତି । ସାରା ବିଶ୍ୱ ତାଙ୍କୁ ଘରୋଇ ଇକ୍ୱିଟି ବ୍ୟବସାୟରେ ଜଣେ ଅଗ୍ରଣୀ ତଥା ଜଣେ ସଫଳ ବ୍ୟବସାୟୀ ଭାବରେ ଜାଣୁଥିଲା । ଜଣେ ଭଲ ସ୍ୱାମୀ, ବାପା ତଥା ଅନ୍ୟ ସବୁ ସମ୍ପର୍କ ନିଭାଇବାରେ ସେ ଥିଲେ ବହୁତ ଭଲ ବ୍ୟକ୍ତି । ସର୍ବଦା ନିଜ ଦାୟିତ୍ୱ ତୁଲାଇବାରେ ସେ କେବେ ଅବହେଳା କରିନାହାଁନ୍ତି ।

ଥୋମାସ୍ ଲି ଲି ଇକ୍ୱିଟିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ । ୨୦୦୬ରେ ସେ ଏହାକୁ ପ୍ରତିଷ୍ଠା କରିଥିଲେ । ଏହାପୂର୍ବରୁ ସେ ଥୋମାସ୍ ଏଚ୍ ଲି ପାର୍ଟନର୍ସର ଚେୟାରମ୍ୟାନ୍ ତଥା ସିଇଓ ଭାବରେ କାର୍ଯ୍ୟ କରିଥିଲେ । ବିଲେନିୟର ଲି ଗତ ୪୬ ବର୍ଷ ମଧ୍ୟରେ ଶହ ଶହ କାରବାରରେ ୧୫ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛନ୍ତି । ଏହି କାରବାରଗୁଡ଼ିକରେ ୱାର୍ଣ୍ଣର ମ୍ୟୁଜିକ୍ ଏବଂ ସ୍ନାପଲ୍ ଭଳି ଜଣାଶୁଣା ବ୍ରାଣ୍ଡର କ୍ରୟ, ବିକ୍ରୟ କରୁଥିଲେ । ସେ ଜଣେ ଚାଣକ୍ୟ ତଥା ଟ୍ରଷ୍ଟି ଭାବରେ ମଧ୍ୟ ପରିଚିତ ଥିଲେ । ଯିଏକି ଲିଙ୍କନ୍ ସେଣ୍ଟର, ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟ, ବ୍ରାଣ୍ଡିସ୍ ୟୁନିଭରସିଟି, ହାର୍ଭାର୍ଡ ୟୁନିଭରସିଟି ଏବଂ ଯିହୁଦୀ ହେରିଟେଜ୍ ସଂଗ୍ରହାଳୟ ସମେତ ଅନେକ ସଂଗଠନର ବୋର୍ଡରେ ସେବା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.