ଆଥିଆ-କେ.ଏଲ୍‌ ରାହୁଲଙ୍କ ବିବାହରେ ରହିଛି No phone policy, ଜାଣନ୍ତୁ ପୁରା ଡିଟେଲ୍ସ...

Published By : Prameya-News7 Bureau | January 22, 2023 IST

ମୁମ୍ଵାଇ ୨୨।୦୧: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଆଥିୟା ଶେଟ୍ଟୀ । ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରୁ ସେ ଦୀର୍ଘ ସମୟ ବିରତି ନେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି । ସେ ବର୍ତ୍ତମାନ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏମିତିରେ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଖଣ୍ଡାଲାକୁ ଆଲୋକରେ ସାଜସଜ୍ଜା କରାଯାଇଛି। ସୁନୀଲ ତାଙ୍କ ଲାଡଲୀକୁ ବିଦା କରିବାକୁ ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେଏଲ ରାହୁଲ ଏବଂ ଆଥିଆ ଶେଟ୍ଟୀ ଜାନୁଆରୀ ୨୨ରେ ମେହେନ୍ଦୀ ସମାରୋହ ଆୟୋଜନ ହେବ। ଅନ୍ୟପକ୍ଷରେ, ଜାନୁୟାରୀ ୨୩ରେ, ଉଭୟ ସାତ ଫେରା ନେବେ। ଏହା ସହିତ କିଛି ପଲିସି ବି ରଖିଛନ୍ତି । ଉଭୟଙ୍କ ବିବାହରେ ଆସୁଥିବା ଅତିଥିମାନଙ୍କ ପାଇଁ କିଛି ସର୍ତ୍ତାବାଳୀ ରହିଛି । ଯେଉଁଥିରେ କୌଣସି ଫୋନକୁ ଅନୁମତି ମିଳିନାହିଁ। ଆଥିଆ ଏବଂ ରାହୁଲଙ୍କ ବିବାହ ବଡ ହେବାକୁ ଯାଉଛି। ଏହି ବିବାହରେ କେବଳ ୨୦୦ ଅତିଥି ଯୋଗଦେବେ। ଆଥିଆଙ୍କ ପକ୍ଷରୁ ୧୦୦ ଏବଂ କେ.ଏଲ୍ ରାହୁଲଙ୍କ ଠାରୁ ୧୦୦. ବିବାହରେ ଯୋଗଦେଉଥିବା ଲୋକଙ୍କୁ ଭିଡିଓ ଏବଂ ଫଟୋ ଉଠାଇବାକୁ ଦିଆଯିବ ନାହିଁ। ଏପରିକି ସେମାନଙ୍କ ଫୋନ୍‌ ସମାରୋହ ପୂର୍ବରୁ ନିଆଯିବ।

ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା ସମ୍ପୂର୍ଣ୍ଣ ଭାବେ ସଜାଯାଇଥିବାବେଳେ କେ.ଏଲ୍ ରାହୁଲଙ୍କ ଘରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉଭୟଙ୍କ ଝଲକ ଦେଖିବାକୁ ଆଗ୍ରହୀ ଆଗ୍ରହୀ। ଏବେ ଦେଖିବାକୁ ବାକି ରହିଲା ଯେ ଦୁହେଁ ନିଜ ସ୍ୱତନ୍ତ୍ର ଦିନରେ ପ୍ରଶଂସକଙ୍କ ସାମ୍ନାରେ ଏକାଠି କେତେବେଳେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.