scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏ ବର୍ଷ ପୁଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମାଇଲ ଖୁଣ୍ଟ ସ୍ଥାପନ କରିବ ଓଡିଶା

13/11/2018 at 8:12 PM

ଭୁବନେଶ୍ବର ୧୩|୧୧: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୦୧୭-୧୮ ବର୍ଷରେ ୭ ହଜାର ୧୭୬ କିମି ରାସ୍ତା ନିର୍ମାଣ କରି ଦେଶରେ ପ୍ରଥମ ହୋଇଥିଲା ରାଜ୍ୟ । ୨୦୧୯ ମାର୍ଚ୍ଚ ସୁଦ୍ଧା ୮ ହଜାର କିଲୋମିଟର ରାସ୍ତା ତିଆରି କରି ପୁଣି ସାରା ଦେଶରେ ଓଡିଶା ନୂଆ ମାଇଲଷ୍ଟୋନ୍‌ ସୃଷ୍ଟି କରିବାକୁ ଯାଉଛି । ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା କରି ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଭଳି ୨୦୧୯ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୩ ହଜାର ୭୬୦ କିମି ରାସ୍ତା ନିର୍ମାଣ କରିବାକୁ ଆଜି ବୈଠକରେ ନିଷ୍ପତି ହୋଇଛି । ଏଥିରେ ପ୍ରତି ବ୍ଲକରେ ୧୨ କିମି ନୂଆ ରାସ୍ତା ନିର୍ମଣ କରିବାକୁ ଲକ୍ଷ୍ୟ ରହିଛି । ସେହିଭଳି ବିଜୁ ସେତୁ ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୭୭ ସେତୁ ପ୍ରକଳ୍ପ କାମ ଶେଷ କରିବାକୁ ମନ୍ତ୍ରୀ ବିକ୍ରମ ଆରୁଖ ଗୁରୁତ୍ବ ଦେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗୀୟ ସଚିବ, ସ୍ବତନ୍ତ୍ର ସଚିବ, ସର୍ବୋଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ  ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts