ଏଥର ହେବନି ବରଗଡ ଧନୁଯାତ୍ରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ
13/12/2020 at 1:19 PM

ବରଗଡ଼ ୧୩।୧୨: ଚଳିତ ବର୍ଷ ହେବନି ବରଗଡ ଧନୁଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା ବାତିଲ କରାଯାଇଛି । ଏ ନେଇ ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ନିଷ୍ପତ୍ତି ହୋଇଛି । ଧନୁଯାତ୍ରା ଆୟୋଜନ ବାତିଲ ହୋଇଥିବା ନେଇ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭୨ ତମ ବରଗଡ଼ ଧନୁଯାତ୍ରା ବାତିଲ ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

କରୋନା ମହାମାରୀ କୁ ନଜର ରଖି ଚଳିତ ବର୍ଷ ଧନୁଯାତ୍ରା ହେବ କି ନାହିଁ ସେ ଉପରେ ଆଲୋଚନା ହେବା ସହ ଗତ ବର୍ଷ ଖର୍ଚ୍ଚ ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଏହା ନିଷ୍ପତ୍ତି ହେଲା ଯେ ଚଳିତ ବର୍ଷ ଧନୁଯାତ୍ରା କରୋନା ମହାମାରୀ ଯୋଗୁ ବାତିଲ କରାଗଲା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଥିବା ଏହି ଯାତ୍ରା ପ୍ରାୟ ୭ କିଲୋମିଟର ପରିଧିରେ ଭିନ୍ନ ଭିନ୍ନ ସ୍ଥାନ ରେ ୧୭ ଟି ମଞ୍ଚରେ ଅନୁଷ୍ଠିତ ହୋଇଥାଏ। ହରିବଂଶ ପୁରାଣର କଂସ ବଦ୍ଧ ଅଧ୍ୟାୟର କଥାବସ୍ତୁକୁ ୧୯୪୭ ମସିହାରୁ ବରଗଡ଼ ଧନୁଯାତ୍ରା ଆୟୋଜିତ ହୋଇଆସୁଛି। ତେବେ ପୂର୍ବରୁ ମଧ୍ୟ ଥରେ ଧନୁଯାତ୍ରା ବନ୍ଦ ହୋଇଥିଲା । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଦେଶରେ ଖାଦ୍ୟ ର ଅଭାଵ ଦେଖାଦେଇଥିବା ବେଳେ ବରଗଡ଼ ଧନୁଯାତ୍ରା ବାତିଲ ହୋଇଥିଲା ବୋଲି ମହୋତ୍ସବ କମିଟିର ଆବାହକ ସୁରେଶ୍ୱର ଶତପଥୀ କହିଛନ୍ତି