oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବର୍ଷ ଆରମ୍ଭରୁ ଆଶା ଦେଲା ଡବ୍ଲ୍ୟୁଏଚ୍‌ଓ : ୨୦୨୨ରେ ମହାମାରୀର ହେବ ଅନ୍ତ ! କରୋନା ବିରୋଧୀ ଲଢ଼େଇରେ ଟିକା ସାଜିବ ପ୍ରମୁଖ ଅସ୍ତ୍ର

1/01/2022 at 11:48 AM

ନୂଆଦିଲ୍ଲୀ,୦୧/୦୧: କୋଭିଡ-୧୯ର କଳାବାଦଲ ଭିତରେ ନୂତନ ବର୍ଷ ୨୦୨୨ ଆରମ୍ଭ ହୋଇଛି । ବର୍ତ୍ତମାନର ସ୍ଥିତ ଏହି କି ଯେ ବିଶ୍ୱର ପ୍ରାୟ ସବୁ ଦେଶ ପ୍ରଥମ, ଦ୍ୱିତୀୟ, ତୃତୀୟ ଏପରିକି ଚତୁର୍ଥ କୋଭିଡ ଲହରର ସାମ୍ନା କରିସାରିଲେଣି କିମ୍ବା କରୁଛନ୍ତି । କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କୋଭିଡର ତୃତୀୟ ଲହରି ବର୍ତ୍ତମାନ ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଲାଣି ।

ତେଣୁ ଗତ ଦୁଇବର୍ଷ ଧରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଏହି କୋଭିଡ ମହାମାରୀର ଅନ୍ତ କେବେ ଘଟିବ ତାହା ହିଁ ବିଶ୍ୱ ସମୁଦାୟ ନିକଟରେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ସମଗ୍ର ବିଶ୍ୱରେ ଏହି ମହାମାରୀର ନିୟନ୍ତ୍ରଣ ପାଇଁ ଯେଉଁ ଉପାୟ ଖୋଜା ଯାଇଛି ତାହା ହେଉଛି ଟିକା । ଏହି କାରଣରୁ ଗତ ୧ ବର୍ଷ ହେଲା ଅଧିକାଂଶ ଦେଶ ଟିକାକରଣକୁ ଜୋର୍‌ ଦେଇଆସିଛନ୍ତି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ନୂଆ ଆତଙ୍କ ସୃଷ୍ଟି କରିଛି । ତାର କାରଣ ହେଉଛି ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । କିନ୍ତୁ ସବୁଠାରୁ ଆଶ୍ୱସ୍ତିର ବିଷୟ ଏହି କି ଟିକା ନେଇଥିବା ଲୋକମାନେ ସଂକ୍ରମିତ ହେଲେ ମଧ୍ୟ ଗମ୍ଭୀର ହେଉନାହାନ୍ତି । ଉପଲବ୍ଧ ହେଉଥିବା ଔଷଧ ଓ ଚିକିତ୍ସା ବ୍ୟବସ୍ଥାରେ ସେମାନେ ଠିକ୍‌ ହୋଇଯାଉଛନ୍ତି । ତଥାପି ମହାମାରୀର ଅନ୍ତ କେବେ ଘଟିବ ତାକୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ଶୁକ୍ରବାର ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏକ ଆଶ୍ୱସ୍ତିକର ଖବର ଆଣିଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆଶା ପ୍ରକାଶ କରିଛି । ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍‌ ନୂଆବର୍ଷ ଅବ୍ୟବହିତ ପୂର୍ବରୁ ବାର୍ତ୍ତା ଦେଇ କହିଛନ୍ତି କି କରୋନା ବିରୋଧୀ ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଟିକା ଉତ୍ପାଦନ ବିଶ୍ୱରେ ବୃଦ୍ଧି ପାଇଛି । ଆମେରିକା ଓ ୟୁରୋପର ଅନେକ ଦେଶରେ ଲୋକେ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ ନେଲେଣି । ଇସ୍ରାଏଲରେ ଚତୁର୍ଥ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ ଅନେକ ଆଫ୍ରିକୀୟ ଦେଶରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତେ ଟିକା ନେଇପାରି ନାହାନ୍ତି । ସେଠାରେ ପ୍ରତି ୪ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩ ଜଣ ଟିକା ନେଇପାରିନାହାନ୍ତି । ଟିକାକୁ ନେଇ ଅସମତା ସୃଷ୍ଟି ହୋଇଛି । ଟିକାର ଏହି ବ୍ୟବଧାନ ଯୋଗୁ ନୂଆ ଭାରିଆଣ୍ଟ ଜନ୍ମ ନେଉଛି । ଆମକୁ ମଧ୍ୟ ବିପୁଳ କ୍ଷତି, କଷ୍ଟ ଓ କଟକଣା ମଧ୍ୟକୁ ଠେଲି ଦେଉଛି । ଏହି ଅସମତା ଯେତେଦିନ ଜାରି ରହିଥିବା ସେତେଦିନ ପର୍ଯ୍ୟନ୍ତ ମହାମାରୀର ପ୍ରଭାବ ରହିଥିବ । ତେଣୁ ଆମକୁ ଏହି ଅସମତା ଏବେ ଦୂର କରିବାର ସମୟ ଆସିଛି । ଯେତେ ଶୀଘ୍ର ଏହି ଅସମତା ଦୂର ହେବ ସେତେଶୀଘ୍ର ମହାମାରୀର ଅନ୍ତ ଘଟିବ ।

ସେପଟେ ଡବ୍ଲ୍ୟୁଏଚ୍‌ଓର କୋଭିଡ-୧୯ ଟେକ୍ନିକାଲ ଟିମ୍‌ର ମୁଖ୍ୟ ଡକ୍ଟର ମାରିଆ ଭନ କରଖୋଭ୍‌ କହିଛନ୍ତି ଯେ ଓମାଇକ୍ରନ ଯେଭଳି ଭାବେ ସଂକ୍ରମିତ କରିଚାଲିଛି ତାକୁ ନେଇ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ କଥା । କିନ୍ତୁ ୨୦୨୨ ନୂଆ ଆଶା ନେଇ ଆସୁଛି । ଯଦି ଆମେ ଭୁଲ କରିବା ତେବେ ଆହୁରି ଘାତକ ନୂଆ ଭାରିଆଣ୍ଟର ସାମ୍‌ନା କରିବାକୁ ପଡ଼ିପାରେ ।

କିନ୍ତୁ ଆମେ ଯଦି ସତର୍କତା ଅବଲମ୍ବନ କରିବା ଏବଂ ଏହି ନୂଆ ଭାରିଆଣ୍ଟର ସଂକ୍ରମଣକୁ ବ୍ୟାପୀବାକୁ ନ ଦେବା ତେବେ ଶୀଘ୍ର ଏହି ମହାମାରୀର ଅନ୍ତ ଘଟିପାରିବ । ଆମେ ସମସ୍ତେ ନିଜର ଓ ନିଜ ପରିବାରର ସୁରକ୍ଷା ବିଷୟରେ ତ ଚିନ୍ତା କରିଆସୁଛୁ । କିନ୍ତୁ ଆମକୁ ଅନ୍ୟମାନଙ୍କର ସୁରକ୍ଷା କଥା ଧ୍ୟାନରେ ରଖିବାକୁ ହେବ । ଏହି ମହାମାରୀ ରୋକିବାକୁ ଏହା ହିଁ ଏକ ତରିକା ବୋଲି ସେ କହିଛନ୍ତି ।

   Related Posts