ମଣିଷ ମସ୍ତିଷ୍କରୁ ରକ୍ତ ଶୋଷିଥାଏ ଏହି ପୋକ, ପ୍ରତିବର୍ଷ ପ୍ରଭାବିତ ହୋଇଥାନ୍ତି ୧.୨୦ କୋଟି ଲୋକ

Published By : Prameya-News7 Bureau | November 20, 2022 IST

ଉକୁଣୀ ଏକ ଏଭଳି ପୋକ ଯେଉଁଥିରେ ଆପଣ କିମ୍ବା ଆପଣଙ୍କ କେହି ପରିଜନ ନିଶ୍ଚୟ ପ୍ରଭାବିତ ହୋଇଥିବେ। ବିଶେ​ଷ କରି ପିଲାଦିନେ ଏହି ପୋକ ପିଲାଙ୍କ ମୁଣ୍ଡରେ ଅଧିକ ହୋଇଥାନ୍ତି। ମନୁଷ୍ୟର ମୁଣ୍ଡ କେଶରେ ଲୁଚି ରହୁଥିବା ଉକୁଣୀ ରକ୍ତ ଶୋଷ ବଞ୍ଚି ରହିଥାଏ। ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ ଏବଂ ପ୍ରିଭେନ୍ସନ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ  ୬୦ ଲକ୍ଷରୁ ୧.୨୦ କୋଟି ଲୋକ ଏହାର ଶିକାର ହୋଇଥାନ୍ତି। ଅବଶ୍ୟ ଉକୁଣୀ କୌଣସି ବଡ଼ କ୍ଷତି ଘଟାଇନଥାନ୍ତି, କିନ୍ତୁ ମସ୍ତିଷ୍କର ନିକଟତର ରହୁଥିବା ଏହି ପୋକ ମଣିଷ ରକ୍ତ ଶୋଷିଥାଏ। ଏହା ମଣିଷଙ୍କ କେଶରେ ରହିଥାଏ ଏବଂ ରକ୍ତ ଶୋଷିଥାଏ। ଏମିତିରେ ପ୍ରଶ୍ନ ଉଠୁଛି ଯେ ଏହା କୋଉଠୁ ଆସିଥାନ୍ତି ?

ମେଡିକାଲ ନ୍ୟୁଜ୍ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ମୁଣ୍ଡରେ ରହୁଥିବା ଉକୁଣୀ ଦେଖିବାକୁ ବହୁତ ଛୋଟ ହୋଇଥାନ୍ତି। ଏହାର ଆକାର ୨-୩ ମିଲିମିଟର ହୋଇଥାଏ। ବୟସ୍କ ଉକୁଣୀ ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚିଥାଏ। ଏଥରେ ମାଇ ଉକୁଣୀ ପ୍ରତିଦିନ ପ୍ରାୟ ୬ ଅଣ୍ଡା ଦେଇଥାଏ, ଯାହାକୁ ନିଟ୍ସ କୁହାଯାଏ ଏବଂ ଏହା ଧଳା କିମ୍ବା ସ୍ପଷ୍ଟ ଦେଖାଯାଇଥାଏ। ଏଡି ଅଣ୍ଡା ଦୁଇ ସପ୍ତାହରେ ପରିପକ୍ବ ହୋଇଯାଏ। ଏହି ପ୍ରକ୍ରିୟା ଚାଲୁ ରହିଥାଏ। ଯେପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର କରିନାହାଁନ୍ତି।

ହେଲ୍ଥଲାଇନର ଏକ ରିପୋର୍ଟ ଅନୁଯାୟୀ, ଉକୁଣୀର ପ୍ରଜାତି ପ୍ରାୟ ୧ ଲକ୍ଷ ବର୍ଷ ପୁରୁଣା। ଅନେକ ସମୟରେ କୁହାଯାଏ ଯେ ଅପରିଷ୍କାର ରହିବା ଦ୍ବାରା ଉକୁଣୀ ହୋଇଥାଏ। କିନ୍ତୁ ପ୍ରକୃତରେ ଏପରି ହୋଇନଥାଏ। ଉକୁଣୀଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଭଲ ବ୍ୟକ୍ତିଙ୍କ ଠାରେ ମଧ୍ୟ ଉକୁଣୀ ହୋଇପାରେ।

ମୁକ୍ତି ପାଇବା ପାଇଁ କରନ୍ତୁ ଏମିତି…

ଥରେ ଉକୁଣୀ ହୋଇଗଲେ ବିନା ପ୍ରତିକାରରେ ତାହା ଶେଷ ହୋଇନଥାଏ। ବୟସ୍କ ଉକୁଣୀ ମରିଯାଆନ୍ତି କିନ୍ତୁ ମାଇ ଉକୁଣୀ ଅଣ୍ଡା ଦେଇଥାନ୍ତି। ଯାହା ପୁଣି ଉକୁଣୀ ହୋଇଯାଆନ୍ତି । ଏଥିରେ ମୁକ୍ତି ପାଇବା ପାଇଁ ଏକମାତ୍ର ଉପାୟ ଜୀବିତ ପୋକ ଏବଂ ଏମାନଙ୍କର ଅଣ୍ଡାକୁ ନଷ୍ଟ କରିବା। ବଜାରରେ ଅନେକ ପ୍ରକାର ସାମ୍ପୁ ମଧ୍ୟ ମିଳୁଛି ଯାହାଦ୍ବାରା ଏହାକୁ ରୋକାଯାଇପାରିବ। ଯଦି ଏହା ପରେ ମଧ୍ୟ ଭଲ ନହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଭଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.