ସୂର୍ଯ୍ୟାସ୍ତ ପରେ ଏହି ସବୁ କାମ କରିବା ଅନୁଚିତ୍, ନଚେତ ହୋଇଯିବେ ଦରିଦ୍ର

Published By : Prameya-News7 Bureau | July 26, 2019 IST

ହିନ୍ଦୁ ଧର୍ମରେ ଭଗବାନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ଦିନକୁ ଦିନ ବଢିବାରେ ଲାଗିଛି। ଏଥିପାଇଁ  ଠାକୁର ଦର୍ଶନ ପାଇଁ ମନ୍ଦିରରେ  ସର୍ବଦା ଭିଡ ଲାଗିଥାଏ।  ପ୍ରତ୍ୟେକଙ୍କଷ ଘରେ ପୂଜା ଘରର ଏକ ଭିନ୍ନ ସ୍ଥାନ ଥାଏ।  ଯେଉଁଠି ପ୍ରତିଦିନ ସକାଳ-ସନ୍ଧ୍ୟାରେ ପୂଜା ପାଠ ହୁଏ। କିନ୍ତୁ ପୂଜା ପାଠ କରିବା ସମୟରେ ଅଜାଣତରେ ଅନେକ ଭୁଲ ହୋଇଥାଏ । ଯେଉଁଥିପାଇଁ ପୂଜାର କୌଣସି ଫଳ ମିଳେ ନାହିଁ।   କାରଣ ହିନ୍ଦୁ ଧର୍ମ  ଅନୁସାରେ ସନ୍ଧ୍ୟା ସମୟରେ କିଛି କାର୍ଯ୍ୟ କରିବା ଅଶୁଭ ହୋଇଥାଏ। ଏହି କାମ କରିଲେ ଦେବତାମାନେ କୋପ କରିଥାନ୍ତି। ଅନେକ ଏମିତି କାର୍ଯ୍ୟ ଥାଏ ଯାହା ସନ୍ଧ୍ୟା ସମୟରେ କେବେ ବି କରିବା ଅନୁଚିତ୍‌।

ଝାଡୁ ଲଗାଇବା- ଅଧିକାଂଶ ସମୟରେ ବୟସ୍କ ଲୋକମାନେ ସୂର୍ଯ୍ୟାସ୍ତ ହେବା ପରେ ଘରେ ଝାଡୁ କରିବାକୁ ମନା କରନ୍ତି। ସନ୍ଧ୍ୟା ପରେ ଝାଡୁ କରିଲେ ଘରୁ ସକରାତ୍ମକ ଉର୍ଜା ବାହାରିଯାଏ। ଏହା ଦ୍ବାରା ଘରେ ଦାରିଦ୍ର୍ୟ ବଢିଥାଏ ଓ ଲକ୍ଷ୍ମୀମାଙ୍କ କୃପା ରହେ ନାହିଁ। ସେଥିପାଇଁ  ଶାସ୍ତ୍ର ଅନୁସାରେ ରାତିରେ ଘର ଝାଡୁ ମାରିବା ଅନୁଚିତ୍‌। 

ତୁଳସୀ ପତ୍ର ତୋଳିବା- ହିନ୍ଦୁ ଧର୍ମରେ ଦିନ ଶେଷ ହେବା ପରେ ତୁଳସୀଙ୍କୁ ପାଣି ଦେବା ଅନୁଚିତ୍‌। ଏହା ସହ ତୁଳସୀ ପତ୍ର ମଧ୍ୟ ତୋଳିବା ଅଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ଦେବତାମାନେ ବାସ କରନ୍ତି। ତେଣୁ ସେହି ସମୟରେ ତୁଳସୀଙ୍କୁ ଛୁଇଁଲେ ତାଙ୍କ ଅପମାନ ହୋଇଥାଏ। ଏଥିପାଇଁ ସୂର୍ଯ୍ୟାସ୍ତ ହେବା ପରେ କେବେ ତୁଳସୀ ପତ୍ର ତୋଳିବା ବା ଛୁଇଁବା ଅନୁଚିତ୍‌।  

ଧଳା ଜିନିଷ ଦାନ କରିବା- ସୂର୍ଯ୍ୟାସ୍ତ ହେବା ସମୟରେ ବା ପରେ ଯଦି କିଏ କେବେ କ୍ଷୀର, ଦହି ଓ ପିଆଜ ମାଗେ ତେବେ ତୁରନ୍ତ ମନା କରିଦେବା ଉଚିତ୍‌। କାରଣ ଏଥିରେ ଚନ୍ଦ୍ର ବାସ କରନ୍ତି। ତେଣୁ ଏହି ଜିନିଷ କାହାକୁ ସନ୍ଧ୍ୟା ପରେ ଦେବା ଅଶୁଭ ବୋଲି ବିଶ୍ବାସ ଅଛି। କାରଣ ଏହା ଦ୍ବାରା ଚନ୍ଦ୍ର କୋପ କରିଥାନ୍ତି। ଏହି ଜିନିଷ ସୂର୍ଯ୍ୟାସ୍ତ ପରେ କାହାକୁ କରଜ ନଦେଲେ ଘରେ ସୁଖ ଶାନ୍ତିର ପରିବେଶ ରହିବ। ଏହା ସହ ଚନ୍ଦ୍ରଙ୍କ କୃପା ମଧ୍ୟ ରହିବ।

ଖଟରେ ବସି ଖାଦ୍ୟ ଖାଇବା- ସନ୍ଧ୍ୟା ହେବା ପରେ କେବେ ଖଟରେ ବସି ଖାଦ୍ୟ  ଖାଇବା ଅନୁଚିତ୍‌। ଏହା ଘର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ମଣିଷ ଉପରେ ନକରାତ୍ମକ ଉର୍ଜାର ପ୍ରଭାବ ପଡେ।  ଜ୍ୟୋତିଷବିଦ୍ୟା ଅନୁସାରେ ମଣିଷ ଯେଉଁଠି ଖାଦ୍ୟ ଖାଏ ସେଠାର ପରିବେଶ ନକାରତ୍ମକ ହୋଇଥାଏ। ତେଣୁ ସେହି ସ୍ଥାନରେ ଶୋଇଲେ ଖରାପ ଭାବନା ସ୍ବପ୍ନରେ ଆସେ। ସେଥିପାଇଁ ଶୋଇବା ସ୍ଥାନରେ କେବେ ଖାଦ୍ୟ ଖାଇବା ଅନୁଚିତ୍‌। 

ରୋଶେଇ ଘରେ ଅଇଁଠା ବାସନ ରଖିବା- ରାତିରେ ଖାଇବା ପରେ ସବୁବେଳେ ଅଇଁଠା ବାସନ ସଫା କରି ଶୋଇବା ଉଚିତ୍‌। ଏହା ଦ୍ବାରା ଘରେ ସୁଖ ସମୃଦ୍ଧିର ପରିବେଶ ରହେ ଓ ନକରାମତ୍କ ଉର୍ଜା ଘରେ ନଥାଏ। ରାତିରେ ଶୋଇବା ପୂର୍ବରୁ ରୋଶେଇ ଘର ସଫା କରି ଶୋଇବା ଉଚିତ୍‌। 

ତ୍ରିସନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍‌- ଅଧିକାଂଶ ଲୋକେ ସୂର୍ଯ୍ୟାସ୍ତ ହେବା ପରେ ପରେ କାମରୁ ଫେରି ଥକି ଘରେ ପହଞ୍ଚି ଶୋଇପଡନ୍ତି । କିନ୍ତୁ ହିନ୍ଦୁ ଧର୍ମ ଅନୁସାରେ ଲୋକେ ସୂର୍ଯ୍ୟାସ୍ତ ସମୟରେ କେବେ ଶୋଇବା ଅନୁଚିତ୍‌। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.