ଗୋଟିଏ ରାତିରେ ୧୮ ପୁରୁଷଙ୍କ ସହ ରୋମାନ୍ସ କରିଥିଲେ ମହିଳା, ଥିଲା ସ୍ବାମୀଙ୍କ ସମର୍ଥନ...

Published By : Prameya-News7 Bureau | October 22, 2021 IST

ସିଡନୀ ୨୨।୧୦ : ଅଷ୍ଟ୍ରେଲିଆର ଜଣେ ମହିଳା ଏପରି ଏକ କାର୍ଯ୍ୟ କରିଛନ୍ତି, ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ବିଚଳିତ ହେବ । ଏକ ଶୋ’ମାଧ୍ୟମରେ ମହିଳା ଜଣକ କହିଥିଲେ ଯେ ସେ ଏକରୁ ଅଧିକ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଇଚ୍ଛା ପୂରଣ କରିଛନ୍ତି । କେବଳ ଏତିକି ନୁହଁ ଏହି କାର୍ଯ୍ୟରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି।

ତେବେ, ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ୩୦ ବର୍ଷୀୟ ଲୁଇସ୍ ତାଙ୍କ ଗ୍ରୁପ୍‌ ଶାରୀରିକ ସମ୍ପର୍କ ଥିବା ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ। ଲୁଇସ୍‌ଙ୍କ ସ୍ୱାମୀ ଅନେକ ଦିନ ହେବ ବାହାରେ ରହୁଥିଲେ। ଏହି କାରଣରୁ ସେ ଏକ ସେକ୍ସ କ୍ଲବରେ ଯୋଗ ଦେଇଥିଲେ । ସେ କିଛି ଅପରିଚିତ ବ୍ୟକ୍ତିଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ , କିନ୍ତୁ ସେ ଗୋଟିଏ ରାତିରେ ଅନେକ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ଅଭିଜ୍ଞତା ଅନୁଭବ କରିବାକୁ ଚାହୁଁଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ ଏବଂ ଏହି ବିଷୟରେ ସ୍ବାମୀଙ୍କୁ ଜଣାଇ ଥିଲେ । କେବଳ ଏତିକି ନୁହେଁ ଏହା ଶୁଣି ସ୍ୱାମୀ ମଧ୍ୟ ଲୁଇଙ୍କୁ ସମର୍ଥନ କରିଥିଲେ । ଲୁଇ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥିବାବେଳେ ତାଙ୍କ ସ୍ୱାମୀ ତାଙ୍କୁ କଣ୍ଡୋମ ଯୋଗାଉଥିଲେ।

ମହିଳା ଜଣକ କହିଥିଲେ ଯେ ପୂର୍ବରୁ ସେ ଗୋଟିଏ ରାତିରେ ୧୦ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ପରେ ଏହା ସଂଖ୍ୟା ୧୮ କୁ ବୃଦ୍ଧି ପାଇଲା । ଏଥି ସହିତ ଲୁଇଙ୍କ ସ୍ୱାମୀ କହିଛନ୍ତି ଯେ ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ତାଙ୍କ ପତ୍ନୀ କିଛି ଅଲଗା କରିବାକୁ ଚାହୁଁଥିଲେ ଏବଂ ସେ ତାଙ୍କ ସହିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.