oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଏମିତି ରୋଗ ଘରୁ ବାହାରିବା ମୁସ୍କିଲ, ଯାହା ଖାଇଲେ କି ପିଇଲେ ବାନ୍ତି ହୋଇଯାଉଛି, ନିରାକରଣ କଣ ?

21/11/2021 at 10:11 PM

ନୂଆଦିଲ୍ଲୀ ୨୧/୧୧: ଆଜିର ଦିନରେ ଏମିତି ରୋଗ ଜନ୍ମ ନେଉଛି ଯାହାର ନିରାକରଣ ତ ଦୂରର କଥା ଚିହ୍ନଟ ବି କାଠିକର ପାଠ। ଏହା ପଛର ମୁଖ୍ୟ କାରଣ ଆମର  ଆଧୁନିକ ଜୀବନଶୈଳୀ ବୋଲି କହିପାରିବା । ଠିକ୍‌ ସେମିତି ଏକ ରୋଗ ଗ୍ୟାଷ୍ଟ୍ରୋପରେସିସ୍ । ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଜଣେ ମହିଳା। ସେଥିପାଇଁ ମହିଳା ଜଣଙ୍କ ସର୍ବଦା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ ଏହି ରୋଗ ପାଇଁ ତାଙ୍କୁ ଦିନ ସାରା ବାନ୍ତି ହେଉଛି। ବୋଲ୍ଟନରେ ରହୁଥିବା ୩୯ ବର୍ଷୀୟା ମହିଳା ଲିନ୍‌ ବିଲିୟନ୍‌ ଗ୍ୟାଷ୍ଟ୍ରୋପରେସିସ୍‌​‌ରେ ପୀଡ଼ିତ। ଏହି ରୋଗରେ ପଡ଼ିବା ପରଠୁ ତାଙ୍କ ପେଟରେ ଖାଦ୍ୟ ହଜମ  ହୋଇପାରୁ ନାହିଁ। ତେଣୁ ପେଟକୁ ଯାଉଥିବା ଖାଦ୍ୟ ବାନ୍ତି ମାଧ୍ୟମରେ ବାହାରକୁ ଆସୁଛି।

ବାରମ୍ବାର ବାନ୍ତି ହେବା ପରେ ୨୦୦୮ରେ ଲିନଙ୍କୁ ଏନେଇ ଜଣାପଡ଼ିଲା। ପରେ ଏହି ରୋଗର ନିରାକରଣ ପାଇଁ ଡାକ୍ତର ଲିନଙ୍କ ଶରୀରରେ ଗ୍ୟାଷ୍ଟ୍ରିକ୍‌ ପେସମେକର ଲଗାଇଥିଲେ। ଏହା ଦ୍ବାରା କିଛି ମାତ୍ରାରେ ବାନ୍ତି ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ଦୁଇ ବର୍ଷ ପୂର୍ବରୁ ଏହି ପେସ୍‌ମେକରର ବ୍ୟାଟେରି ଶେଷ ହୋଇଯାଇଛି। ଏହା ପରେ ପୁଣି ଥରେ ବାନ୍ତିର ମାତ୍ରା ବୃଦ୍ଧି ପାଇଛି। ସେପଟେ ପେସମେକର ପାଇଁ ନୂଆ ବ୍ୟାଟେରି ଉପଲବ୍ଧ ନଥିବା ବେଳେ ନୂଆ କିଣିବାକୁ ହେଲେ ୧୦ ଲକ୍ଷ ଟଙ୍କା ଦରକାର। ତେଣୁ ଲିନ୍‌ ପୁଣି ଥରେ ଗ୍ୟାଷ୍ଟ୍ରୋପରେସିସ୍ ରୋଗରେ ଘାଣ୍ଟି ହେଉଛନ୍ତି।

ଲିନଙ୍କ ଅନୁସାରେ, ପିଲା ଦିନୁ ସେ ଏହି ରୋଗରେ ପେଶି ହେଉଛନ୍ତି। ପିଲା ହେଲା ପରେ ବି ତାଙ୍କୁ ଏହି ରୋଗରୁ ମୁକ୍ତି ମିଳିନାହିଁ। ଗ୍ୟାଷ୍ଟ୍ରୋପରେସିସ୍ ଚିହ୍ନଟ ହେବା ପୂର୍ବରୁ ସେ ଚିନ୍ତାରେ ରହୁଥିଲେ। ଏଥିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିଲା। କିଛି ଖାଉଥିଲେ କି ପିଉଥିଲେ ସବୁ କିଛି ବାନ୍ତି ମାଧ୍ୟମରେ ବାହାରକୁ ଆସୁଥିଲା ବୋଲି ଲିନ୍‌ କହିଛନ୍ତି। ଏହି ରୋଗ ପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲା। ଏପରିକି ସେ ନିଜର ବନ୍ଧୁ, ପରିବାରକୁ ମଧ୍ୟ ସାକ୍ଷାତ କରିପାରୁ ନାହାଁନ୍ତି।

   Related Posts