ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

୨୦ଟି ନୁହେଁ ହାତ ଓ ପାଦରେ ରହିଛି ୩୨ ଆଙ୍ଗୁଠି ଏହି ମହିଳାଙ୍କର

26/11/2019 at 5:05 PM

ବ୍ରହ୍ମପୁର୨୬|୧୧: ବୁଗୁଡା ବ୍ଳକ କଳମ୍ବ ଗ୍ରାମ ପଂଚାୟତର କାଦପଡା ଗାଁର ଶେଷ ମୁଣ୍ଡରେ ରହିଛି ଭଙ୍ଗା ଦଦରା ଘରଟିଏ । ସେହି ଘରେ ରୁହନ୍ତି ଜଣେ ବୃଦ୍ଧା । ନାଁ ହେଲା କୁମାରୀ ନାୟକ । ପରିବାର କହିଲେ ପାଖରେ ବୃଦ୍ଧା ଭାଉଜ ହିଁ ଏକ ମାତ୍ର ସାହା ଭରଷା । ହେଲେ କୁମାରୀଙ୍କୁ ଶାରିରୀକ ଗଠନ ଟିକେ ଅଲଗା । ଭଲ କରି ଦେଖନ୍ତୁ ଏଇ ଛବିକୁ । ସାଧାରଣ ମଣିଷ ଠାରୁ ତାଙ୍କରି ଗଢଣ ପୁରା ଅଲଗା ।

ଗୋଟିଏ ଗୋଟିଏ ପାଦରେ ଦଶ ଦଶ କରି କୋଡିଏଟି ଅ।ଙ୍ଗୁଠି । ସେହିଭଳି ହାତରେ ପାଂଚପାଂଚ ବଦଳରେ ରହିଛି ଛଅଛଅ ବାରୋଟି ଅ।ଙ୍ଗୁଠି । ଜନ୍ମରୁ ହିଁ ତାଙ୍କରି ଶରୀର ଏମିତି ରହିଥିବା ବେଳେ ପାଦ ଗୁଡିକ ସତେ ଯେମିତି ହାତୀ ପାଦ ଭଳି ଦିଶୁଛି । ଖାଲି ସେତିକି ନୁହଁ ସେ  କଥା ମଧ୍ୟ ଠିକରେ  କହିପାରନ୍ତି ନାହିଁ । ଦେହ ଦେଖାଇଲା ଭଳି ଅର୍ଥ ମଧ୍ୟ ନାହିଁ । ଫଳରେ ସେ ଦୁଃଖ କଷ୍ଟରେ ଚଳୁଥିବା ବେଳେ ସରକାରଙ୍କ ପକ୍ଷରୁ ସାହାର୍ଯ୍ୟକୁ କରିଛନ୍ତି ଅପେକ୍ଷା ।

   Related Posts