oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ମହିଳାଙ୍କ ଅଜବ ନିଶା, ୨୫୦ ଲୋକଙ୍କୁ କରୁଥିଲେ ଡେଟ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

17/11/2021 at 8:55 AM

ନୂଆଦିଲ୍ଳୀ ୧୭।୧୧ :  ସାଧାରଣ ପୁଅ ହେଉ କିମ୍ବା ଝିଅ ଦୁହେଁ ଉଭୟଙ୍କୁ ଡେଟ୍‌ କରୁଛନ୍ତି। ବର୍ତ୍ତମାନ ତ ଯାହାକୁ ଦେଖିବ ସମସ୍ତେ ଅନଲାଇନ୍‌ ମାଧ୍ୟରେ ପ୍ରଥମେ ଜାଣୁଛନ୍ତି ସେଥିରେ ଡେଟ୍‌ କରୁଛନ୍ତି। ହେଲେ ଜଣେ  ପୁଅ ହେଉ କି ଝିଅକୁ ଜଣେ ନୁହେଁ ଦୁଇ ଜଣ କି ତିନି ଜଣକୁ ଡେଟ୍‌ କଲା ପରେ ପସନ୍ଦ ଆସିଥାଏ। ହେଲେ ୧୦୦ରୁ ଅଧିକ କିଏ ଡେଟ୍‌ କରି ପାରିବ କି। ହଁ ଏଭଳି କିଛି କରିଛନ୍ତି ପ୍ରିୟଙ୍କା ନାମକ ଯୁବତୀ ଜଣଙ୍କ। ତେବେ ପ୍ରିୟଙ୍କା ସେହଗଲ ନାମକ ଯୁବତୀ ଜଣଙ୍କ ବିଭିନ୍ନ ଦେଶର ୨୫୦ ଲୋକଙ୍କୁ ଡେଟ୍‌ କରିଥିଲେ । ଏଥି ପାଇଁ ସେ ନିକଟରେ ଏକ ଡେଟିଂ ଆପ୍ ସ୍ପାର୍କଲ୍ ଲଞ୍ଚ କରିଛନ୍ତି।

ପ୍ରିୟଙ୍କା ସେହଗଲ ଅନେକ ଟିଭି ଏବଂ ଡିଜିଟାଲ ମିଡିଆରେ କାମ କରିଛନ୍ତି । ୨୦୧୮-୧୯ ରେ କଲମ୍ବିଆ ବିଜନେସ୍ ସ୍କୁଲର କାର୍ଯ୍ୟନିର୍ବାହୀ ଶିକ୍ଷାରେ ପଢୁଥିଲେ, ଡିଜିଟାଲ୍ ବିଜନେସ୍ ଲିଡରସିପ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପ୍ରିୟଙ୍କାଙ୍କ ଯାତ୍ରା ଏଠାରୁ ଆରମ୍ଭ ହୋଇଥିଲା। ପ୍ରିୟଙ୍କା ଆମେରିକାର ବଜାର ପାଇଁ ଏକ ଏଆଇ-ବେସଡ୍‌, ହାଇପର-ପର୍ସନାଲାଇଜଡ୍ ମ୍ୟାଚ୍ ମେକିଂ ପ୍ଲାଟଫର୍ମ ସ୍ପାର୍କଲ୍ସ ଲଞ୍ଚ କରିଛନ୍ତି । କିନ୍ତୁ ତାଙ୍କ ଆପ୍ ଲଞ୍ଚ କରିବା ଅପେକ୍ଷା ପ୍ରିୟଙ୍କାଙ୍କ ଥିବା ପଛର କାହାଣୀ ବିଷୟରେ ଅଧିକ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଅଧିକାଂଶ କ୍ଷେତ୍ରରେ ଲୋକମାନେ ନିଜ ପାର୍ଟନର ପସନ୍ଦ କରିବାରେ ଭୁଲ୍‌ କରିଥାନ୍ତି  ଏବଂ ପରେ ଅନୁତାପ କରନ୍ତି। ଏପରି ପରିସ୍ଥିତିରେ, ଲୋକମାନେ ସଠିକ୍ ମାର୍ଗଦର୍ଶନ ଆବଶ୍ୟକ କରନ୍ତି । ଏଥିପାଇଁ ସ୍ପାର୍କଲ୍ସ ଆପ୍‌ ତାଙ୍କର ଏହି ଆବଶ୍ୟକତାକୁ ପୂରଣ କରିବ। ପ୍ରିୟଙ୍କା ତାଙ୍କ ଡେଟିଂ ଆପ୍ ଲଞ୍ଚ କରିବା ପୂର୍ବରୁ ବହୁ ବର୍ଷ ଧରି ଡେଟିଂରେ ଅନଲାଇନ୍ ଏବଂ ଅଫଲାଇନ୍ ଉପରେ ଅନୁସନ୍ଧାନ କରିଥିଲେ। ଏବଂ ସେ ଡେଟିଂ ଆପରେ କ’ଣ ଘଟୁଛି ଜାଣିବା ପାଇଁ ସେ ବିଭିନ୍ନ ଦେଶର ପ୍ରାୟ ୨୫୦ ଲୋକଙ୍କ ସହ ଡେଟ କରିଥିଲେ। କେବଳ ଏତିକି ନୁହଁ ଡେଟ୍‌ରେ ମଧ୍ୟ ଯାଇଥିଲେ। ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ଏହା ଏପରି ଏକ ସମସ୍ୟା ଯାହା ସହଜରେ ସମାଧାନ ହୋଇପାରିବ।

ଏହି ସମୟରେ, ଯେତେବେଳେ ପ୍ରିୟଙ୍କା କଲମ୍ବିଆ ବିଜନେସ୍ ସ୍କୁଲର ପିଲାଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯେ ପ୍ରିୟଙ୍କ କିପରି ୨୫୦ ଜଣଙ୍କୁ ଏକା ସହିତ ଡେଟ୍‌ କରିଥିଲେ। ହେଲେ ଏହାକୁ ନେଇ ପ୍ରିୟଙ୍କା ସ୍ପାର୍କଲ୍ସ ପ୍ରସ୍ତୁତ କରିବାର ଆଇଡିଆ ତଥା ଚିନ୍ତା ଆସିଲା। ଯେତେବେଳେ ପ୍ରିୟଙ୍କା ଏହି ଆପ୍ ତିଆରି କରିବା ଆରମ୍ଭ କଲେ, ସେତେବେଳେ ତାଙ୍କର ଧ୍ୟାନ ୨୦ ବର୍ଷ ପିଲାଙ୍କ ଉପରେ ଥିଲା , କିନ୍ତୁ ଆପ୍ ତିଆରି ହେବା ବେଳକୁ ତାଙ୍କର ଧ୍ୟାନ ୩୦ ବର୍ଷ ଲୋକଙ୍କ ଉପରକୁ ଚିନ୍ତା ଗଲା କାରଣ ଅନୁସନ୍ଧାନ ସମୟରେ ସେ ଅନୁଭବ କରିଥିଲେ ଯେ ୩୦ ବର୍ଷ ଲୋକ ଏହି ଆପ୍କୁ ଅଧିକ ଆବଶ୍ୟକ କରନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ଏହି ଆପ୍‌ ତୁମର ପସନ୍ଦ ଏବଂ ମ୍ୟାଚ୍‌ ମେକିଙ୍ଗ ଅନୁଯାୟୀ ନିଜ ପସନ୍ଦ ଅନୁଯାୟୀ ସାଥି ଟିଏ ବାଛି ପାରିବ। କିନ୍ତୁ ତୁମକୁ ତୁମର ପ୍ରାଥମିକତାକୁ ସଚ୍ଚୋଟତାର ସହିତ ଜଣାଇବାକୁ ପଡିବ କାରଣ ଏହା ଅନ୍ୟ ଜଣଙ୍କର ଉଦ୍ଦେଶ୍ୟ କ’ଣ ତାହା ଭଲ ଭାବରେ ଜାଣିବାରେ ସାହାଯ୍ୟ କରିବ ।

   Related Posts