ନୂଆଦିଲ୍ଲୀ ୦୩।୧୨: ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ସହ ଶାଗ ବଜାରରେ ମିଳେ । ଏଥି ମଧ୍ୟରୁ ଅନ୍ୟତମ ମେଥି ଶାଗ । ଅନ୍ୟ ଦିନ ଅପେକ୍ଷା ଶୀତଦିନେ ମିଳିଥାଏ ଖୁବ୍ ଅଧିକା । ମେଥି ଶାଗ ପୋଷକ ତତ୍ତ୍ୱରେ ଭରା । ଏହା ଖାଦ୍ୟର ସ୍ନାଦ ବଢ଼ାଇବା ସହ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଶୀତଦିନେ ଡାଏଟ୍ରେ ମେଥି ଶାଗ ସାମିଲ କରିବା ଦ୍ବାରା ବେଶ୍ ଉପକୃତ ହୋଇପାରିବେ । ଏହି ଶାଗକୁ ଯେତିକି ସ୍ବାଦିଷ୍ଟ, ସେତିକି ସ୍ୱାସ୍ଥ୍ୟକର ମଧ୍ୟ ।
{"id":878002,"width":839,"height":629,"sizeSlug":"full","linkDestination":"none"}ମେଥି ଶାଗ ରକ୍ତରେ ଶର୍କରା ସ୍ତର ସାମାନ୍ୟ ରଖିବା ସହ ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ମଧୁମେହ ରୋଗୀଙ୍କ କୌଣସି ପାଇଁ ବରଦାନ ଠାରୁ କମ୍ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଏବଂ ଓଜନ କମାଇବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଡାଏଟ୍ରେ ସାମିଲ କରିବା ଦ୍ୱାରା ମେଟାବଲିଜିମ୍ ବଢ଼ିଥାଏ । ଯାହା ଫଳରେ ଓଜନ କମିଥାଏ ।
{"id":878003,"width":841,"height":631,"sizeSlug":"full","linkDestination":"none"}ଏହାକୁ ଖାଇବା ଦ୍ବାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଶୀତଦିନେ ସବୁଜ ମେଥିଶାଗ ବଦହଜମୀ ଭଳି ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । ଏହାକୁ ଡାଏଟ୍ରେ ସାମିଲ କରିବା ଦ୍ୱାରା ମଳତ୍ୟାଗ ସମୟରେ ସମସ୍ୟା ଆସିନଥାଏ । ସେହିପରି ମେଥି ଶାଗରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
{"id":878004,"width":839,"height":472,"sizeSlug":"full","linkDestination":"none"}ଫଳରେ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ । ମେଥି ଶାଗରେ ଭରପୂର କ୍ୟାଲମିୟମ୍ ଓ ମ୍ୟାଗ୍ନେସିୟମ୍ ରହିଥାଏ । ଯାହା ହାଡ଼ର ସୁସ୍ଥତାକୁ ବଜାୟ ରଖେ ଏବଂ ହାଡ଼କୁ ମଜବୁତ୍ କରିଥାଏ ।
You Can Read:
wp:embed {"url":"https://www.prameyanews7.com/these-four-things-will-make-you-look-younger-in-40s-and-50s-anti-ageing-weight-loss-benefits/","type":"wp-embed","providerNameSlug":"prameya-news-7"} /wp:embed