ରାୟଗଡା ଜିଲ୍ଲା ସିନ୍ଧିପଙ୍ଗା ଓ ତାଡିଙ୍ଗପାଇ ଗାଁର ମହିଳା ସଂଘ କଲେ ଏମିତି କାମ ସମସ୍ତେ ଏବେ କହୁଛନ୍ତି ଧନ୍ୟ ଧନ୍ୟ

Published By : Prameya-News7 Bureau | November 26, 2019 IST

ମୁନିଗୁଡା ୨୬।୧୧ : ଦୃଢ ଇଛା ଶକ୍ତି ଓ ଆତ୍ମବିଶ୍ବାସ ସଫଳତା ଦିଏ । ଏହାକୁ ପ୍ରମାଣିତ କରିଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ସିନ୍ଧିପଙ୍ଗା ଓ ତାଡିଙ୍ଗପାଇ ଗାଁର ମହିଳା ।

{"id":190247,"sizeSlug":"large"}

ପୂର୍ବରୁ ଏମାନେ ବଣ ଜଙ୍ଗଲରୁ କାଠ ପତ୍ର ସଂଗ୍ରହ କରି ଜୀବକା ନିର୍ବାହ କରୁଥିଲେ । ସେଥିରେ ଘର ପରିବାର ଚଳାଇବା କଷ୍ଟକର ହେ।ଇପଡୁଥିଲା । ତେଣୁ ଏକାଠି ହେ।ଇ ଚାଷ ଆଡକୁ ମନ ବଳାଇଥିଲେ ।

{"id":190248,"sizeSlug":"large"}

ମହିଳା ସଂଘ ଗଠନ କରି ଆରମ୍ଭ କରିଥିଲେ ବାଇଗଣ ଚାଷ । ଗୋବରଖତ, ଗୋମୁତ୍ର, ଜିଆଖତ ଓ ହାଣ୍ଡିଖତ ପ୍ରୟୋଗ କରି ଜୈବିକ ପଦ୍ଧତିରେ ବାଇଗଣ ଚାଷ କରୁଛନ୍ତି । ଖାଲି ବାଇଗଣ ନୁହେଁ, ଅମୃତଭଣ୍ଡା, କେ।ବି, କଞ୍ଚାଲଙ୍କା ଓ ଫୁଲ ଗଛ ଲଗାଇଛନ୍ତି ।

{"id":190249,"sizeSlug":"large"}

ଆଉ ଏସବୁ ପରିବା ମୁନିଗୁଡା ଓ ବିଷମକଟକ ବଜାର ସହ ବ୍ରହ୍ମପୁର ସହରକୁ ରପ୍ତାନି କରୁଛନ୍ତି । ଜୈବିକ ପ୍ରଣାଳୀରେ ଚାଷ କରି ସ୍ବାବଲମ୍ବୀ ହେବା ସହ ଉଦ୍ଦାହରଣ ପାଲଟିଛନ୍ତି ଏହି ମହିଳା ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.