ଇରାନ videoକୁ ନେଇ କମ୍ପିଲେ ଟ୍ରମ୍ଫ, ଏବେ ବୁଝିବେ ଆମେରିକାର ଭୁଲ

Published By : Prameya-News7 Bureau | January 04, 2020 IST

ବଗଦାଦ୍ ୪।୧: ଆମେରିକା ଡ୍ରୋନ ଆକ୍ରମଣରେ ଶୁକ୍ରବାର ଇରାନୀ କମାଣ୍ଡର କାସୀମ ସୁଲେମାନୀ ଓ ଅର୍ଦ୍ଧସାମରିକ ବଳ ମୁଖ୍ୟ ଅବୁ ମହଦୀ ଅଲ ମୁହଁଦିଶ ନିହତ ହୋଇଥିଲେ। ଶନିବାର ସେମାନଙ୍କ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହୋଇଛି। ଏଥିଲାଗି କାଜିମିଆଁରୁ ସେମାନଙ୍କ ପାର୍ଥିବ ଶରୀର ଶୋଭାଯାତ୍ରାରେ ନିଆଯାଇ ଗ୍ରୀନଜୋନର କୁଟନୈତିକ ପରିସରରେ ସମାଧି ଦିଆଯାଇଛି। ତେବେ ଏଥିଲାଗି ଆୟୋଜିତ ଶୋଭାଯାତ୍ରାର ଭିଡିଓ ଏବେ ଆମେରିକାର ମୁଣ୍ଡବିନ୍ଧା ବଢାଇ ଦେଇଛି।

wp:html /wp:html

ସୁଲେମାନୀ ଓ ମୁହଁଦିଶଙ୍କ ମୃତ୍ୟୁର ଉଚିତ ଜବାବ ଦେବ ବୋଲି ଚେତାବନୀ ଦେଇଛି ଇରାନ । ତେବେ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ଲୋକେ ଏବେ ଆମେରିକା ବିରୋଧରେ ଶଙ୍କଳ୍ପ କରିଛନ୍ତି । ଲୋକେ ଉଚ୍ଚ ସ୍ୱରରେ ନାରାବାଜୀ କରିବା ସହ ଆମେରିକାର ମୃତ୍ୟୁ କାମନା କରିଛନ୍ତି। ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ଆମେରିକାର ନିଦ ଉଡେଇ ଦେଇଛି।

{"id":206932,"sizeSlug":"large"}

ଭିଡିଓରୁ ଆମେରିକା ମଧ୍ୟପ୍ରାଚ୍ୟରେ ଆଶଙ୍କା କରୁଥିବା ପରିସ୍ଥିତି ଏବେ ଗୁରୁତର ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ସରା ବିଶ୍ୱ ଏବେ ନିରବ ମୁଦ୍ରାକୁ ଚାଲିଆସିଛି। ତେବେ ଆମେରିକା ଘଟଣା ପରେ ମିତ୍ର ରାଷ୍ଟ୍ରଙ୍କ ସହ ନିଜର ସ୍ଥିତି ସ୍ପଷ୍ଟ କରିବାକୁ ଉଦ୍ୟମ କରିଛି। ଏଥିରୁ ମିଳୁଥିବା ଆଶ୍ୱସ୍ତି କିନ୍ତୁ ଏହି ଭିଡିଓ ଦେଖିବା ପରେ ନିଜେ ଆମେରିକା ବି ବିଶ୍ୱାସ କରିପାରୁନି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.