୨୦ରୁ ୩୦ ବର୍ଷ ମହିଳାଙ୍କ ପାଇଁ ବେଶୀ ସତର୍କତା ଲୋଡ଼ା, ଏହି ବୟସରେ ହିଁ ମାଡ଼ି ବସେ ଭୟଙ୍କର ରୋଗ…

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ୧୯/୧୨: ସାଧାରଣତଃ ୨୦ରୁ ୩୦ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଏମିତି କିଛି ରୋଗ ଦେଖା ଦେଇଥାଏ। ଯାହାକି ସବୁଠାରୁ ଅଧିକ ଯନ୍ତ୍ରଣା ଦେଇଥାଏ। ଆମ୍ଭେମାନେ  ଏହି ରୋଗ ସଂପର୍କରେ ଜାଣିବା ନିହାତି ଆବଶ୍ୟକ। ସତର୍କ ରହିବା ଜରୁରୀ। ୨୦ରୁ ୩୦ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ସବୁଠାରୁ ଅଧିକ ଯୌନ ସଂକ୍ରମିତ ରୋଗ, ବିଭିନ୍ନ ସଂକ୍ରମଣ, ଡାଇବେଟିସ୍‌, ଅବସାଦ ଓ  ଲିଭର ଜନିତ ରୋଗ ପରିଲକ୍ଷିତ ହୋଇଥାଏ। ଏହି ବୟସ ସୀମା ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ରୋଗର ସମସ୍ୟା ଦେଖାଯାଇଥାଏ। ତେଣୁ ରୋଗର ସଙ୍କେତ ପାଇବା ମାତ୍ରେ ସଠିକ୍‌ ଚିକିତ୍ସା କଲେ ଏହି ରୋଗରୁ ରକ୍ଷା ପାଇ ପାରିବେ।

{"id":199823,"sizeSlug":"large"}

ଆମେରିକୀୟ ସେକ୍ସସୁଆଲ ହେଲଥ୍ ଆସୋସିଏସନର ସୂଚନା ଅନୁସାରେ ଦୁଇଟି ସେକ୍ସସୁଆଲ ଆକ୍ଟିଭ ରହିଛି। ସେଥି ମଧ୍ୟରୁ ୨୫ ବର୍ଷ ବୟସରେ ସବୁଠାରୁ ଅଧିକ ଟ୍ରାନ୍ସମିଟେଡ୍‌ ଇନ୍‌ଫେକ୍ସନ ରୋଗ ହୋଇଥାଏ।  ସେହିପରି ୨୦ରୁ ୨୯ ବର୍ଷ ବୟସରେ  ୪୧.୩ ପ୍ରତିଶତ ଲୋକ ହରପିଜ୍ ସିପ୍ଲେକ୍ସନ ଭାଇରସ ୧ ରେ ପୀଡ଼ିତ ହୋଇଥାଆନ୍ତି।  ଆମେରିକାରର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର ଏହି ସଂପର୍କରେ ସୂଚନା ଦେଇଛନ୍ତି।

{"id":199824,"sizeSlug":"large"}

 ସେହିପରି ଏହି ବୟସ ସୀମା ଭିତରେ ଯୌନ ସଂପର୍କ ସ୍ଥାପନ କରିବା​‌ ବେଳେ ସତର୍କ ଓ ସୁରକ୍ଷିତ ରହିବା ନିହାତି ଆବଶ୍ୟକ।  ଏପରି କି ୨୦ ବର୍ଷ ବୟସରେ ମହିଳାମାନେ ଅଧିକ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ସେହିପରି ୨୦ରୁ ୩୦ ବର୍ଷ ବୟସରେ ମହିଳାମାନେ ମେଲେନୋମା ଭଳି ଖତରନାକ କ୍ୟାନସର ରୋଗରେ ଶିକାର ହୋଇଥାଆନ୍ତି।  ଏହାକୁ ଚର୍ମ କର୍କଟ ବା ସ୍କିନ୍ କ୍ୟାନସର ବୋଲି ମଧ୍ୟ କୁହାଯାଏ।

{"id":199825,"sizeSlug":"large"}

ଏହି ବୟସରେ ଅବସାଦ ଓ ଚିନ୍ତାରେ ମହିଳାମାନେ ରହିଥାଆନ୍ତି। କେବଳ ମହିଳାମାନେ ନୁହନ୍ତି, ପୁରୁଷମାନେ ମଧ୍ୟ ମାନସିକ ଭାରସାମ୍ୟ ହରାଇଥାଆନ୍ତି। ଏପରି କି ଏହି ବୟସ ସୀମା ଭିତରେ ମହିଳାମାନଙ୍କ କ୍ଷେତ୍ରରେ ରକ୍ତ ହୀନତା ଦେଖାଯାଇଥାଏ। ଏହି କାରଣ ଯୋଗୁଁ ଗର୍ଭବତୀ ହେବା ସମୟରେ ମହିଳାଙ୍କ ଜୀବନ ବି ଯାଇ ପାରେ। ଏହା ବ୍ୟତୀତ ରକ୍ତଚାପ, ଡିପ୍ରେସନ ଓ ଡାଇବେଟିସ୍‌ ଭଳି ରୋଗ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଶିଶୁ ଓ ମାନବ ବିକାଶର ଜାତୀୟ ସଂସ୍ଥା ଏ ସଂପର୍କରେ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.