ପ୍ରଥମ ବା ଦ୍ବିତୀୟ ନୁହେଁ ବରଂ ତୃତୀୟ ଥର ବିବାହ କରିବେ ଏହି ଅଭିନେତ୍ରୀ
21/08/2019 at 5:07 PM

ମୁମ୍ବାଇ୨୧|୮: ବଲିଉଡ ଇଣ୍ଡଷ୍ଟ୍ରିରେ ଋତୁ ବଦଳିଲା ଭଳି ପ୍ରେମ ଓ ବିବାହ ହୁଏ। କେତେବେଳେ କିଏ କାହାକୁ ବିବାହ କରେ ତ କାହାର ସମ୍ପର୍କ ବିଚ୍ଛେଦ ହୋଇଥାଏ। ଆଗକୁ କଣ ହେବ ତାହା ବଲିଉଡରେ ସ୍ପଷ୍ଟ ନଥାଏ।

ତେବେ ଏବେ କିଛି ଦିନ ହେବ ଜଣେ ଟେଲିଭିଜନ ଅଭିନେତ୍ରୀ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାର ଏହି ଅଭିନେତ୍ରୀ ତୃତୀୟ ଥର ବିବାହ କରିବେ।

ସ୍ନେହା ବାଘ ଏବେ ନିଜ ତୃତୀୟ ବିବାହ ନେଇ ଚର୍ଚ୍ଚାରେ। ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍ ସୋରେ ଅଭିନୟ କରିଛନ୍ତି। ତାଙ୍କ କାମକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଖୁବ ପ୍ରଶଂସା କରିଥାଏ।

ହେଲେ ଆଜିକାଲି ତାଙ୍କ ତୃତୀୟ ବିବାହ ଏବେ ହଟ୍ ଟପିକ୍ ହୋଇଛି। ସ୍ନେହା ପ୍ରଥମେ ଜଣେ ମରାଠି ଅଭିନେତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ଫଳରେ ଦୁହେଁ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ।

୨୦୧୫ ମସିହାରେ ସ୍ନେହା ଦ୍ବିତୀୟ ଥର ବିବାହ କରିଥିଲେ। ହେଲେ ଏହି ବିବାହରେ ମଧ୍ୟ ସେ ଖୁସି ନଥିଲେ। ବିବାହର ୩ ବର୍ଷ ପରେ ୨୦୧୮ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏବେ ସ୍ନେହା ତାଙ୍କ ତୃତୀୟ ବିବାହ ପ୍ରସ୍ତୁତିରେ ବ୍ୟସ୍ଥ ଅଛନ୍ତି। ସେ ନିଜ ଇନ୍ଷ୍ଟା ଆକାଉଣ୍ଟରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ସେ ତୃତୀୟ ଥର ବିବାହ କରିବା ପାଇଁ ପ୍ରସ୍ତୁତ ।