Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆଧୁନିକୀକରଣ କାମ ପାଇଁ ପୂର୍ବତଟ ରେଳବାଇର ଏହି ଟ୍ରେନ ସବୁ ବାତିଲ, ବଦଳିଛି ଚଳାଚଳ ସମୟ

13/03/2020 at 8:33 PM

ଭୁବନେଶ୍ୱର, ୧୩|୦୩:  ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।

କିଛି ପାସେଞ୍ଜର ଟ୍ରେନ ଓ  ଏକ୍ସପ୍ରେସ ଟ୍ରେନ ଚଳିତ ମାସରେ ସପ୍ତାହକୁ ଦିନେ ଲେଖା ମାତ୍ର ତିନିଦିନ ପାଇଁ ବାତିଲ ରହିବ ।    ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଛଅ ଯୋଡ଼ା ପାସେଞ୍ଜର ଟ୍ରେନ ଓ ଦୁଇଯୋଡ଼ା ଏକ୍ସପ୍ରେସ ଟ୍ରେନକୁ ମାର୍ଚ୍ଚ ମାସ ୨୯ ତାରିଖ ମଧ୍ୟରେ ସପ୍ତାହକୁ ଦିନେ ଲେଖା ତିନିଦିନ ପାଇଁ ବାତିଲ କରିବାକୁ ନିମ୍ନ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି ।  

ମାର୍ଚ୍ଚ ମାସ ୧୩, ୨୦ ଓ ୨୭ ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ବିଶାଖାପାଟଣା ଠାରୁ ବାତିଲ ହେବ। ସେହିପରି  ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖରେ  ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ପାର୍ଶ୍ୱରୁ , ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଦୁର୍ଗ ଠାରୁ , ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ବାତିଲ ହେବ।

 ଏତତ୍ ବ୍ୟତୀତ ମାର୍ଚ୍ଚ ମାସ ୧୫, ୨୨ ଓ ୨୯ ତାରିଖରେ  ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଉଭୟ ପାର୍ଶ୍ୱରୁ ,ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପାର୍ଶ୍ୱରୁ, ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ଉଭୟ ପାର୍ଶ୍ୱରୁ , ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ , ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ  ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ନୟାଗଡ଼ ଟାଉନ ଠାରୁ ବାତିଲ ହେବ।

   Related Posts