oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଏୟାର ହୋଷ୍ଟେସ୍‌ ପରି ଏହି ଟ୍ରେନ୍‌ର ଷ୍ଟାଫ୍‌ – ଜାଣନ୍ତୁ କ’ଣ ମିଳୁଛି ସୁବିଧା

7/10/2019 at 5:01 PM

ନୂଆଦିଲ୍ଲୀ – ଏବେ ଦେଶରେ ନୂଆ ପ୍ରାଇଭେଟ୍‌ ବା ବେସରକାରୀ ଟ୍ରେନ୍‌ ଚଳା ଚଳ ଆରମ୍ଭ କରିଛି । ଦେଶର ପ୍ରଥମ ପ୍ରାଇଭେଟ୍‌ ଟ୍ରେନ୍‌ ତେଜସ୍ ଏବେ ନୂଆଦିଲ୍ଲୀ ଓ ଲକ୍ଷ୍ମୌ ମଧ୍ୟରେ ଚଳା ଚଳ କରୁଛି । ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରେନରେ ଅନେକ ପ୍ରକାରର ସୁବିଧା ଦିଆଯାଉଛି । ଯାତ୍ରାକୁ ଆରାମ ଦାୟକ ସହ କମ ସମୟ ମଧ୍ୟରେ କରିବା ପାଇଁ ଟ୍ରେନରେ ବିମାନ ପରି ଅନେକ ସୁବିଧା ରହିଛି । ଏହି ଟ୍ରେନରେ ଟିକେଟ୍‌ ଯାଞ୍ଚ କରିବାପାଇଁ ଟିଟି ଆସିବେ ନାହିଁ ।

ଏହି ଟ୍ରେନରେ ବିମାନ ପରି ବ୍ୟକ୍ତିଗତ ଏଲ୍‌ସିଡି ଏଣ୍ଟରଟେନ୍‌ମେଣ୍ଟ ସିଷ୍ଟମ , ଇନଫର୍ମମେସ ସିଷ୍ଟମ, ଅନ୍ ବୋର୍ଡ ଓ୍ୱାଇଫାଇ ସେବା ,ଆରାମ ଦାୟକ ସିଟ୍‌ , ମୋବାଇଲ୍‌ ଚାର୍ଜିଂ, ବ୍ୟକ୍ତିଗତ ରିଡିଙ୍ଗ ଲାଇଟସ୍‌ , ମଡ୍ୟୁରାଲ ବାୟୋ ଟଏଲେଟ୍‌ ଓ ସେନ୍‌ସର୍‌ ଟେପ୍‌ ଫିଟିଙ୍ଗ ସୁବିଧା ରହିବ ।

ଏହାର ସଞ୍ଚାଳନ ଠିକ୍‌ ଭାବରେ ହୋଇ ପାରିଲେ ଭବିଷ୍ୟତରେ ରେଳ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବେସରକାରୀ ସଂସ୍ଥାମାନଙ୍କୁ ଦିଆଯାଇ ପାରେ । ଏହି କାରଣରୁ ରେଳ କର୍ମଚାରୀମାନେ ଏହାର ବିରୋଧ କରୁଛନ୍ତି ।

ରେଲଓ୍ୱେ ବୋର୍ଡକୁ ଏଥିରେ ଲାଭ ବା ଫାଇଦା ନଜର ଆସୁଛି ।ଭବିଷ୍ତରେ ଭାରତରେ ପ୍ରାୟ ଦେଢଶହ ପ୍ରାଇଭେଟ୍‌ ଟ୍ରେନ ଚଳାଇବା ପାଇଁ ରେଳ ପରିଷଦ ଯୋଜନା କରିଛି । ଏଥିରେ ହାଇସ୍ପିଡ୍ ପ୍ରିମିୟମ ଟ୍ରେନ୍‌ ରହିଛି । ତେଜସ ଓ ବନ୍ଦେ ଭାରତ ପରି ଟ୍ରେନ ଏହି ଯୋଜନାରେ ସାମିଲ ହୋଇଛନ୍ତି ।

ଏହି ଟ୍ରେନ୍‌ରେ ପ୍ରାଇଭେଟ୍ ଟିକେଟ୍‌ ଯାଞ୍ଚ କରିବା ଷ୍ଟାଫ ରହିବେ । ଏଥିରେ ନିଜର ହାଉସ କିପିଂ କ୍ୟାଟେରିଙ୍ଗ ଷ୍ଟାଫ୍ ରହିବେ । ମାତ୍ର ଟ୍ରେନ ଡ୍ରାଇଭର୍ ବା ଲୋକ ପାଇଲଟ୍‌, ଗାର୍ଡ ଓ ସୁରକ୍ଷ କର୍ମୀ ରେଳ ବିଭାଗର ରହିବେ ।

ଏହି ଟ୍ରେନ୍‌ ଅପରାହ୍ନ ୩.୩୫ ସମୟରେ ଦିଲ୍ଲୀରୁ ବାହାରି ରାତି ୧୦.୫ ସମୟରେ ଲକ୍ଷ୍ମୌରେ ପହଞ୍ଚିବ । ସପ୍ତାହରେ ୬ ଦିନ ତେଜସ୍‌ ଟ୍ରେନ ଚଳାଚଳ କରିବ । ଅକ୍ଟୋବର ୪ ତାରିଖରୁ ଏହାର ଚଳା ଚଳ ଆରମ୍ଭ ହେବ ।ରେଳ ବିଭାଗ ଦେଶର ବଭିନ୍ନ ସ୍ଥାନରୁ ଏପରି ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି । ତେଜସ୍‌ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ପ୍ରିମିୟମ ଓ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ ।


ଏକ ଘଣ୍ଟା ବିଳମ୍ବ ହେଲେ ୧୦୦ ଟଙ୍କା ଓ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା ମିଳିବ । ଏହି ଟ୍ରେନ୍‌ଟି ୬ ଦିନ ଦିଲ୍ଲୀ ଓ ଲକ୍ଷ୍ମୌ ମଧ୍ୟରେ ଚଳାଚଳ କରିବ ।

   Related Posts