ଏମିତି ସମ୍ପର୍କ ସୂତ୍ରରେ ବାନ୍ଧି ହୋଇଛି ଏଥରର ଝାଡଖଣ୍ଡ ବିଧାନସଭା, ଗୃହରେ ଦେଖିବାକୁ ମିଳିବେ ଦିଅର- ଭାଉଜ, ଶଶୁର- ଜ୍ୱାଇଁ ଓ ସମୁଦୀ ଯୋଡି

Published By : Prameya-News7 Bureau | December 29, 2019 IST

ରାଞ୍ଚି ୨୯।୧୨: ଝାଡଖଣ୍ଡ ପଞ୍ଚମ ବିଧାନସଭା ଲାଗି ରବିବାର ହେମନ୍ତ ସୋରେନ୍‌ ଶପଥପାଠ କରିଛନ୍ତି। ଏଥର ନିର୍ବାଚନରେ ପରିବାରର ରାଜନୈତିକ ପରମ୍ପରା ବଞ୍ଚାଇବା ଲାଗି ମଇଦାନକୁ ଓହ୍ଲାଇଥିଲେ ଅନେକ ପ୍ରାର୍ଥୀ। ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ ଜନତାଙ୍କ ସମର୍ଥନ ପ୍ରାପ୍ତ ହୋଇଛି। ଏଣୁ ଏଥର ବିଧାନସଭାରେ ପାରିବାରିକ ସମ୍ପର୍କର ଅଜବ ସମୀକରଣ ଦେଖାଯାଇଛି। ଶାସକ  ଓ ବିରୋଧୀ ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ନିକଟ ସମ୍ପର୍କୀୟଙ୍କ ସମ୍ପର୍କ ଏବେ ରାଜନୀତିର କଷଟି ପଥରରେ ପରଖା ହେବ।

{"id":204174,"sizeSlug":"large"}

ଏଥର ବିଧାନସଭାକୁ ଦିଅର ଓ ଭାଉଜ ନିର୍ବାଚିତ ହୋଇଥିବା ବେଳେ ଗୃହରେ ଶଶୁର ଓ ଜ୍ୱାଇଁ ବି ଦେଖିବାକୁ ମିଳିବେ। କେବଳ କଥା ଏତିକିରେ ନାହିଁ ଲୋକେ ସମୁଦୀ ଯୋଡିଙ୍କୁ ବି ନିର୍ବାଚନରେ ଜିତାଇ ବିଧାନସଭାକୁ ପଠାଇଛନ୍ତି। ଏଥର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ଦିଅର ଓ ଭାଉଜ ଭାବେ ହେମନ୍ତ ସୋରେନ୍‌ ଓ ତାଙ୍କ ଭାଉଜ ସୀତା ସୋରେନ୍‌ ଜିତିଥିବା ବେଳେ ଶଶୁର ଓ ଜ୍ୱାଇଁ ଭାବେ ମଥୁରା ମହାତୋ ଓ ଜେ.ପି. ପଟେଲ ନିର୍ବାଚିତ ହୋଇଛନ୍ତି। ସେହିପରି ୨୨ ସମୁଦୀ ଭାବେ କମଲେଶ ସିଂହ ଓ ରାଜେନ୍ଦ୍ର ସିଂହ ମଧ୍ୟ ଜନାଦେଶ ପାଇଛନ୍ତି।

{"id":204175,"width":579,"height":235,"sizeSlug":"large"}

କମଲେଶ ସିଂହ ଏନସିପି ବିଧାୟକ ହୋଇଥିବା ବେଳେ ରାଜେନ୍ଦ୍ର ସିଂହ ବେରମୋରୁ କଂଗ୍ରେସ ଟିକେଟରୁ ବିଜୟୀ ହୋଇଛନ୍ତି। କମଲେଶଙ୍କ ଝିଅ ରାଜେନ୍ଦ୍ରଙ୍କ ବୋହୂ ।। ଏଣୁ ଦୁଇ ସମୁଦୀ ବିଧାନସଭାରେ ଦେଖିବାକୁ ମିଳିବେ। ଏହା ପୂର୍ବରୁ ୨୦୦୯ ଓ ୨୦୧୪ରେ ଜେଏମଏମରୁ ହେମନ୍ତ ଓ ସୀତା ସୋରେନ୍‌ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ବେଳେ ଏଥର ମଧ୍ୟ ପରମ୍ପରା କାୟମ ରଖିଛନ୍ତି ।। ହେମନ୍ତ ଦୁମକା ଓ ବରହେଟ୍ ଆସନରୁ ବିଜୟୀ ହୋଇଛନ୍ତି। ସେହିପରି ସୀତା ଜାମାରୁବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

{"id":204176,"sizeSlug":"large"}

ଜେଏମଏମ ଟିକେଟ୍‌ରେ ମଥୁରା ମହାତୋ ତୁଣ୍ଡି ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ତାଙ୍କ ଜ୍ୱାଇଁ ଜେ.ପି.ପଟେଲବିରୋଧୀ ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏଣୁ ଏଥର ଝାଡଖଣ୍ଡ ବିଧାନସଭାରେ ପାରିବାରିକ ସମ୍ପର୍କର ପରଖା ହେବ ବୋଲି ଲୋକେ ଏବେଠୁ କୁହାକୁହି ହେଲେଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.