ଦୁନିଆର ସବୁଠୁ ଦାମୀ ମିଠା , ଭାଇରାଲ୍ ହେଉଛି ଏହାର ଭିଡିଓ…

Published By : Prameya-News7 Bureau | January 12, 2022 IST

ନୂଆଦିଲ୍ଳୀ ୧୨।୦୧ : ସାଧାରଣତଃ ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଛୋଟରୁ ଆରମ୍ଭ କରି ବଡ ଯାଏଁ ସମସ୍ତ ମିଠା ପ୍ରିୟ ହୋଇଥାନ୍ତି । ପର୍ବପର୍ବାଣୀ ହେଉ କିମ୍ବା ବିବାହ ଉତ୍ସବ କିମ୍ବା ଅନ୍ୟ କୌଣସି ଉତ୍ସବରେ ମିଠା ନହେଲେ କାମ ଚଳେନି ।  ସବୁଟାରେ ଭିନ୍ନ ଭିନ୍ନ ମିଠାର ଚାହିଦା ରହିଛି ଚାହିଦା । କିଛି କିଛି ଲୋକ ମିଠା ଖାଇବା କୁ ଏତେ ପସନ୍ଦ କରନ୍ତି କି ସେମାନେ ଦେଖନ୍ତି ନାହିଁ ମିଟାରେ କେତେ ଦାମ୍‌ ରହିଛି । ହେଲେ ଏମିତିରେ ଯଦି କୌଣସି ମିଠାର ଦାମ ଏତେ ଅଧିକ ଶୁଣିଲେ ହୁଏତ ଆପଣ ରାଗି ପାରନ୍ତି ନହେଲେ ଆଶ୍ବର୍ଯ୍ୟ ହେବେ । ତେବେ ଏଭଳି ଏକ ଦାମୀ ମିଠା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html
/wp:html

ଏହି ମିଠାର ବିଶେଷତ୍ୱ ହେଉଛି ଏହାର ଦାମ ଦାମ । ଯାହା ଶୁଣି ଆପଣ ବାର ବାର ଭାବିବେ । କାରଣ ଏହି ମିଠାର ଦାମ କିଲୋ ପ୍ରତି ରହିଛି ୧୬ ହଜାର ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସହ । ଆପଣ ଭାବୁଥିବେ ଏହି ମିଠାରେ ଏପରି କ’ଣ ରହିଛି ଯେ ଏହାର ଦାମ ଏତେ ଅଧିକ । ପ୍ରକୃତରେ ଏହି ମିଠା କୌଣସି ସାଧାରଣ ମିଠା ନୁହେଁ ଏହା ଉପରେ ହୋଇଛି ସୁନାର ପ୍ଲେଟେଡ୍ । ଭାଇରାଲ ହେଉଥିବା ଏହି ଭିଡିଓରେ ଦୋକାନୀ ଜଣକ ମିଠାରେ ସୁନା ଚଢ଼ାଉଥିବାର ଦେଖାଯାଉଛି ।

ଅନ୍ୟପଟେ ଭିଡିଓରେ ମିଠା ତିଆରି କରୁଥିବା ଜଣେ ବ୍ୟକ୍ତି ଦେଖାଯାଉଛି, ଯାହା ଦେଖିବାକୁ ଖୁବ୍ ସ୍ୱାଦିଷ୍ଟ ଲାଗୁଛି । ତେବେ ଏହାର ପ୍ରତି ମିଠାରେ ଆପଣଙ୍କୁ ସୁନାର ପ୍ଲେଟେଡ୍ ପକାଯାଇଥିବାର ଦେଖିବାକୁ ମିଳିବ । ଚକଚକ୍ କରୁଥିବା ସୁନା ଯେତେବେଳ ମିଠା ଉପରେ ରଖାଯାଉଛି ତାହାର ଆକର୍ଷଣ ଆହୁରି ବଢ଼ିଯାଉଛି । ତେବେ ଏହାର ଦାମ ମିଠାପ୍ରେମୀଙ୍କୁ ହୁଏତ ଏହା ଅଧିକ ଲାଗିପାରେ । ହେଲେ ଏହା କାଇବାକୁ ଟିକ୍‌ ସେହିପରି ସ୍ବାଦିଷ୍ଟ ହୋଇଥିବ । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏବେ ସୁଧା ୮ ଲକ୍ଷରୁ ଅଧିକ ଲାଇକ୍‌ ମିଳି ସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.