ବିଦ୍ୟାବାଲାନଙ୍କୁ ଲାଗିଥିଲା ଝଟକା, loveYou ମେସଜ୍‌ ପଠାଇଥିଲେ ଏହି ସୁପରଷ୍ଟାର- ତ ପୁଣି ଅନ୍ୟ ଜଣେ ଷ୍ଟାରଙ୍କ ମୋବାଇଲ୍‌ରୁ

Published By : Prameya-News7 Bureau | October 21, 2019 IST

ମୁମ୍ବାଇ୨୦|୧୦: ଅକ୍ଷୟ କୁମାର ଲଗାତାର ନିଜ ନୂଆ ଫିଲ୍ମ ହାଉସଫୁଲ ୪ର ପ୍ରମୋଶନ କରୁଛନ୍ତି। ଏଥିପାଇଁ ସେ କମେଡି ଶୋ ଦ କପିଲ ଶର୍ମା ଶାରେ ପହଞ୍ଚିଥିଲେ। ଅକ୍ଷୟଙ୍କ ସହ ଫିଲ୍ମର ପୁରା ଷ୍ଟାରକାଷ୍ଟ ଉପସ୍ଥିତ ଥିଲା। ଏହି ଶୋରେ ସମସ୍ତ କଳାକାର ବହୁତ ମସ୍ତି କରିଛନ୍ତି। ସମସ୍ତେ ଅକ୍ଷୟ କୁମାରଙ୍କ ସହ କାମ କରିବାର ଅନୁଭବ ବିଷୟରେ ଆଲୋଚନା କରିଥିଲେ। ଶୋରେ ରିତେଶ ହୈ ବେବି ଫିଲ୍ମ ଜଡିତ କାହାଣୀ ମଧ୍ୟ ସେୟାର କରିଥିଲେ।

{"id":172502,"width":586,"height":366}

ଅକ୍ଷୟ କୁମାର ଫିଲ୍ମ ସେଟ୍‌ରେ ବହୁତ ପ୍ରାଙ୍କ କରନ୍ତି। ସେଥିପାଇଁ ତାଙ୍କୁ ପ୍ରାଙ୍କ ଷ୍ଟାର ବୋଲି କୁହାଯାଏ। ରିତେଶ କହିଛନ୍ତି ଯେ, ଫିଲ୍ମ ହୈ ବେବିରେ ସେ ଅକ୍ଷୟଙ୍କ ସହ କାମ କରିଛନ୍ତି। ଥରେ ଶୁଟିଂ ସମୟରେ ଅକ୍ଷୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ରିତେଶଙ୍କ ଫୋନରୁ ଆଇ ଲଭ ୟୁ ଲେଖି ପଠାଇଥିଲେ। ବିଦ୍ୟା ଏହି ମେସେଜର ରିପ୍ଲାଏରେ କିସିଂ ସ୍ମାଇଲି ପଠାଇଥିଲେ। ଏହା ଦେଖି ରିତେଶଙ୍କ ମୁଣ୍ଡ ଖରାପ ହୋଇଥିଲା। ପରେ ଜଣା ପଡିଥିଲା ଯେ, ଅକ୍ଷୟଙ୍କ ପାଖରେ ବିଦ୍ୟାଙ୍କ ଫୋନ ମଧ୍ୟ ଥିଲା।

{"id":172504}

ତେବେ ହାଉସଫୁଲ ୪ ଚଳିତ ମାସ ୨୫ ତାରିକରେ ରିଲିଜ ହେବ। ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବବି ଦେଓଲ, କୃତି ସେନନ, ଚଙ୍କି ପାଣ୍ଡେ, କୃତି ଖରବନ୍ଦା, ପୂଜା ହେଗଡେ, ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ବାହୁବଲି ଫେମ୍‌ ରାଣା ଦଗୁବତି ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଫରହାଦ ସାମଜି। ଏହି ହିଟ୍‌ ଫ୍ରାଂଚାଇଜ୍‌ ହାଉସଫୁଲର ଚର୍ଥୁତ ପାର୍ଟ। ଏହାର ୩ଟି ପାର୍ଟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି। ତେବେ ହାଉସଫୁଲ ୪ ହିଟ୍‌ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.