୩ ଦିନରେ ୮୩% ଖସିଲା ଆଦାନୀଙ୍କ ଏହି ସେୟାର, ନିବେଶକଙ୍କୁ ବଡ଼ କ୍ଷତି
3/02/2023 at 1:22 PM

ନୂଆଦିଲ୍ଲୀ, ୦୩/୦୨: ଆଦାନୀ ଗ୍ରୁପ୍ର ସେୟାରରେ ବଡ଼ ହ୍ରାସ ଘଟିଛି। ୨୪ ଜାନୁଆାରୀରେ ହିଣ୍ଡନବର୍ଗର ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ମାତ୍ର ୭ ଦିନରେ ଆଦାନୀ ଗ୍ରୁପ୍ର ଅନେକ କମ୍ପାନୀର ସେୟାର ପ୍ରାୟ ୫୦% ହୋଇଛି। ଆଜି ମଧ୍ୟ ଆଦାନୀ ଗ୍ରୁପ୍ର ସବୁ ସେୟାର ନିମ୍ନମୁଖୀ ରହିଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆଦାନୀ ଏଣ୍ଟରପ୍ରାଇଜେସ୍। ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାରରେ ରେକର୍ଡ ହ୍ରାସ ହୋଇଛି। ଆଜି ଶୁକ୍ରବାର ଆଦାନୀ ଏଣ୍ଟପ୍ରାଇଜ୍ ଶେୟାର ୩୦ ପ୍ରତିଶତ ଖସି ୧୦୯୫.୩୦ ଟଙ୍କାରେ ପହଞ୍ଚିଛି। ଯାହାକି ଏପର୍ଯ୍ୟନ୍ତର ସବୁଠୁ କମ୍ ସ୍ତର।
ସୂଚନାଯୋଗ୍ୟ, ଗତ ତିନି କାର୍ଯ୍ୟ ଦିବସରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଶେୟାର ପ୍ରାୟ ୮୩% ଖସିଛି। ଫେବୃଆରୀ ୧ ରେ କମ୍ପାନୀ ଶେୟାର ଇଣ୍ଟ୍ରା ଡେ ଟ୍ରେଡିଂରେ ଏହାର ସବୁଠୁ ଉଚ୍ଚ ସ୍ତରରୁ ୩୫% ପର୍ଯ୍ୟନ୍ତ ଖସିଥିଲା। ଏହା ପରେ ୨ ଫେବୃଆରୀରେ ଆଦାନୀ ଏଣ୍ଟରପ୍ରାଇଜ୍ର ଶେୟାର ୨୭% ପର୍ଯ୍ୟନ୍ତ ଖସିଥିଲା। ଆଜି ୩ ଫେବୃଆରୀ ଏହି ଶେୟାର ୩୦% ପର୍ଯ୍ୟନ୍ତ ଖସିଥିଲା। କମ୍ପାନୀର ମାର୍କେଟ କ୍ୟାପ୍ ପ୍ରାୟ ଅଧା ୧,୨୪,୮୬୪ କୋଟି ଟଙ୍କା ହୋଇଛି। ସେହିଭଳି, ଆଦାନୀ ଗ୍ରୁପର ସବୁ ତାଲିକାଭୁକ୍ତ କମ୍ପାନୀ ମାର୍କେଟ କ୍ୟାପ୍ ଗତ ୨୪ ଘଣ୍ଟାରେ ୧୦୮ ବିଲିୟନ ଡଲାର ହୋଇଛି।
ସୂଚନାଯୋଗ୍ୟ, ଆଦାନୀ ଏଣ୍ଟରପ୍ରାଇଜେସ୍ର ୨୦ ହଜାର କୋଟିର ଏଫପିଓ ମଧ୍ୟ ଆସିବାର ଥିଲା। ଅର୍ଥାତ୍ କମ୍ପାନୀ ବଜାରରେ ନୂଆ ଶେୟାର ଜାରି କରି ୨୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ଯାଉଥିଲା। କିନ୍ତୁ ହିଣ୍ଡନବର୍ଗ ରିପୋର୍ଟ ପରେ ଲଗାତାର ଶେୟାର ହ୍ରାସ ହେଉଛି ଏହା ସହ ବିବାଦ ଯୋଗୁଁ କମ୍ପାନୀ ୧ ଫେବୃଆାରୀ ରାତିରେ ହଠାତ୍ ଏଫପିଓ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା।