oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଇପିଏଲ ୨୦୨୨ରେ ଧୂଆଁଧାର ବ୍ୟାଟିଂ କରୁଥିବା ବଟଲରଙ୍କ ନାଁରେ ଅଲୋଡା ରେକର୍ଡ

30/04/2022 at 10:47 PM

ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ଜୋସ୍ ବଟଲର ଆଇପିଏଲ ୨୦୨୨ରେ ନିଜର ଜଲଓ୍ଵା ଜାରି ରଖିଛନ୍ତି। ତେବେ ମୁମ୍ବାଇ ବିପକ୍ଷ ଆଇପିଏଲର ୪୪ତମ ମୁକାବିଲାରେ ବଟଲର ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି। ବଟଲର ଆଇପିଏଲର ୧୫ତମ ସଂସ୍କରଣରେ ପ୍ରଥମ ଖେଳାଳି ଭାବେ ୫୦୦ ରନ କରିଛନ୍ତି। ମାତ୍ର ଏହି ମ୍ୟାଚରେ ସେ ଆଇପିଏଲ ୨୦୨୨ର ସବୁଠୁ ଧିମା ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ରନ ପାଇଁ ସଂଘର୍ଷ କରିବାକୁ ପଡିଛି।

ଆଇପିଏଲ ୨୦୨୨ରେ ନିଜର ନବମ ମ୍ୟାଚରେ ଜୋସ୍ ବଟଲର ୫୨  ବଲରୁ ୫ ଚୌକା ଏବଂ ୪ ଛକା ସହ ୬୭ ରନର ଇନିଂସ ଖେଳିଛନ୍ତି। ତେବେ ସେ ୪୮ ବଲରୁ ହିଁ ଅର୍ଦ୍ଧଶତକ ପୂରଣ କରିଥିଲେ। ଆଇପିଏଲ ୨୦୨୨ରେ ଏତେ ଅଧିକ ବଲରେ କୌଣସି ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିନଥିଲେ। ବଟଲରଙ୍କ ପୂର୍ବରୁ ଚଳିତ ସିଜିନରେ ସବୁଠୁ ଅଧିକ ବଲରେ ଅର୍ଦ୍ଧଶତକ ହାସଲ କରିବାର ଅଲୋଡା ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା। ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୪୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ଜୋସ୍ ବଟଲର ଆଇପିଏଲ ୨୦୨୨ରେ ୯ଟି ମ୍ୟାଚରେ ୩ ଶତକ ଏବଂ ୩ ଅର୍ଦ୍ଧଶତକ ସହ ୫୬୬ ରନ କରିବା ସହ ଅରେଞ୍ଜ କ୍ୟାପର ଅଧିକାରୀ। ତେବେ ବଟଲରଙ୍କ ଏହି ଇନିଂସ ଦମରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ସେ ଲଗାତାର ଦଳ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଚାଲିଛନ୍ତି।

   Related Posts